ବିକ୍ରି ନହୋଇ ବି ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ରହିଲେ ଏହି କ୍ରିକେଟର୍‌: IPL ଆରମ୍ଭରୁ ଥିଲେ ଏହି ଟିମ୍‌ରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ସିଜିନ-୧୧ରେ ଅନସୋଲ୍ଡ ରହିଥିବା ମାଲିଙ୍ଗା ଶେଷରେ ଆଇପିଏଲରେ ଯୋଡ଼ି ହୋଇଛନ୍ତି। ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ମେଣ୍ଟର ଭାବେ ଦଳ ସହ ସାମିଲ କରିଛି। ଆଇପିଏଲ ଆରମ୍ଭ ହେବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଆସୁଥିବା ମାଲିଙ୍ଗାଙ୍କୁ ଏଥର ଆଇପିଏଲ ନିଲାମୀରେ କିନ୍ତୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ଶେଷରେ ସେ ପ୍ରଥମ ଥର ପାଇଁ ଆଇପିଏଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାଲିଙ୍ଗା  ଆକର୍ଷଣୀୟ ବୋଲିଂ କରି ଦଳକୁ ଅନେକ […]

aaa

Ordigital Desk
  • Published: Thursday, 08 February 2018
  • , Updated: 08 February 2018, 09:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ସିଜିନ-୧୧ରେ ଅନସୋଲ୍ଡ ରହିଥିବା ମାଲିଙ୍ଗା ଶେଷରେ ଆଇପିଏଲରେ ଯୋଡ଼ି ହୋଇଛନ୍ତି। ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ମେଣ୍ଟର ଭାବେ ଦଳ ସହ ସାମିଲ କରିଛି। ଆଇପିଏଲ ଆରମ୍ଭ ହେବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଆସୁଥିବା ମାଲିଙ୍ଗାଙ୍କୁ ଏଥର ଆଇପିଏଲ ନିଲାମୀରେ କିନ୍ତୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ଶେଷରେ ସେ ପ୍ରଥମ ଥର ପାଇଁ ଆଇପିଏଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାଲିଙ୍ଗା  ଆକର୍ଷଣୀୟ ବୋଲିଂ କରି ଦଳକୁ ଅନେକ ଥର ଜିତାଇବା ସହ ଦଳର ସଫଳତାରେ ମାଲିଙ୍ଗାଙ୍କ ଅବଦାନ ଅନେକ ରହିଛି। ଟିମ୍‌ ଯେତେଥର ଆଇପିଏଲ ଚାମ୍ପିୟନ ହୋଇଛି ସବୁଥିରେ ମାଲିଙ୍ଗା ଜବରଦସ୍ତ ବୋଲିଂ କରିଆସିଛନ୍ତି। ମାଲିଙ୍ଗା ମଧ୍ୟ ଆଇପିଏଲର ସବୁଠୁ ସଫଳ ବୋଲର। ଆଇପିଏଲରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ତାଙ୍କ ନାଁରେ ରହିଛି। ତଥାବି ୨୦୧୮ ଆଇପିଏଲରେ ସେ ଅନସୋଲ୍ଡ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ବୋଲିଂ ମେଣ୍ଟର ଭାବେ ସାମିଲ କରିବା ପରେ ମୁହଁ ଖୋଲିଛନ୍ତି ମାଲିଙ୍ଗା। ସେ କହିଛନ୍ତି ଏହା ତାଙ୍କ ପାଇଁ ସୁଯୋଗ ଯେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଯୋଡ଼ି ରହିବାର। ଶେଷ ୧୦ ବର୍ଷ ଧରି ଶ୍ରୀଲଙ୍କା ନୁହେଁ ମୁମ୍ବାଇ ତାଙ୍କର ଘର, ସେ ଏହା ମଧ୍ୟ କହିଛନ୍ତି ଜଣେ ଖେଳାଳି ଭାବେ ସେ ଟିମରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଏବେ ମେଣ୍ଟର ଭାବେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିବେ।

Related story