Advertisment

ହାରିଗଲେ ମନିକା, ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ

ଟୋକିଓ: ଭାରତର ଅନ୍ୟତମ ପଦକ ଦାବିଦାର ମନିକା ବାତ୍ରା ଟୋକିଓ ଅଲିମ୍ପିକ୍ସ ଟେବୁଲ୍ ଟେନିସ୍ ମହିଳା ସିଙ୍ଗଲ୍ସ ଅଭିଯାନ ଶେଷ ହୋଇଛି। ସୋମବାର ମନିକା ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ନିକଟରୁ ୦-୪ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ଏହା ପୂର୍ବରୁ ସୁତୀର୍ଥା ମୁଖାର୍ଜୀ ପରାସ୍ତ ହୋଇଥିଲେ। ଦୁନିଆର ୧୭ ନମ୍ବର ଖେଳାଳି ସୋଫିଆ ପୂରା ମ୍ୟାଚରେ ମନିକାଙ୍କ ଉପରେ ଦବଦବା କାଏମ୍ ରଖିଥିଲେ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ହାରିଗଲେ ମନିକା, ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ

manika-batra

ଟୋକିଓ: ଭାରତର ଅନ୍ୟତମ ପଦକ ଦାବିଦାର ମନିକା ବାତ୍ରା ଟୋକିଓ ଅଲିମ୍ପିକ୍ସ ଟେବୁଲ୍ ଟେନିସ୍ ମହିଳା ସିଙ୍ଗଲ୍ସ ଅଭିଯାନ ଶେଷ ହୋଇଛି। ସୋମବାର ମନିକା ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ନିକଟରୁ ୦-୪ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ଏହା ପୂର୍ବରୁ ସୁତୀର୍ଥା ମୁଖାର୍ଜୀ ପରାସ୍ତ ହୋଇଥିଲେ।

Advertisment

ଦୁନିଆର ୧୭ ନମ୍ବର ଖେଳାଳି ସୋଫିଆ ପୂରା ମ୍ୟାଚରେ ମନିକାଙ୍କ ଉପରେ ଦବଦବା କାଏମ୍ ରଖିଥିଲେ। ପ୍ରଥମ ଦୁଇଟି ରାଉଣ୍ଡରେ ମନିକା ଯେଉଁଭଳି ପ୍ରଦର୍ଶନ କରିଥିଲେ, ତା'ର ପ୍ରତିଫଳନ ଆଜି ଦେଖିବାକୁ ମିଳିନଥିଲା। ଯେଉଁ କାରଣରୁ ମନିକା ଚାରୋଟି ଯାକ ଗେମରେ ଯଥାକ୍ରମେ ୮-୧୧, ୨-୧୧, ୫-୧୧, ୭-୧୧ରେ ପରାସ୍ତ ହୋଇଥିଲେ। ମନିକା ନିଜର ପୂର୍ବ ମ୍ୟାଚକୁ ୫୭ ମିନିଟରେ ଜିତିଥିବା ବେଳେ ପୋଲକାନୋଭା ବିପକ୍ଷ ମ୍ୟାଚକୁ ସେ ମାତ୍ର ୨୭ ମିନିଟରେ ହାରି ଯାଇଛନ୍ତି।

ଆଜି ସକାଳେ ସୁତୀର୍ଥା ପର୍ତ୍ତୁଗାଲର ଫୁ ୟୁ'ଙ୍କ ଠାରୁ ୦-୪ (୩-୧୧, ୩-୧୧, ୫-୧୧, ୫-୧୧)ରେ ପରାସ୍ତ ହୋଇଥିଲେ। ମନିକାଙ୍କ ଭଳି ସୁତୀର୍ଥା ମଧ୍ୟ ନିଜ ପୂର୍ବ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଥିଲେ। ସୁତୀର୍ଥା ସ୍ୱିଡେନର ଲିଣ୍ଡା ବର୍ଗଷ୍ଟ୍ରମଙ୍କ ବିରୋଧରେ ଏକ ସମୟରେ ୧-୩ରେ ପଛୁଆ ଥିଲେ। କିନ୍ତୁ ସେ ଦମଦାର କମବ୍ୟାକ୍ କରି ମୁକାବିଲାକୁ ୪-୩ରେ ଜିତି ନେଇଥିଲେ।

Advertisment
Tokyo Olympics