ମ୍ୟାରିକମଙ୍କୁ ପଦ୍ମ ବିଭୂଷଣ ଓ ସିନ୍ଧୁଙ୍କୁ ପଦ୍ମ ଭୂଷଣ

ନୂଆଦିଲ୍ଲୀ: ଆଜି ଭାରତ ସରାକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବକ୍ସିଂରେ ୬ଥର ବିଶ୍ୱ ବିଜେତା ହୋଇଥିବା ଏମସି ମ୍ୟାରିକମଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ବିଶ୍ୱ ଚାମ୍ପିୟନ ଶଟଲର ପିଭି ସିନ୍ଧୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନ ପାଇବେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୀଡ଼ାବିତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। […]

edf

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 10:26 PM IST

ନୂଆଦିଲ୍ଲୀ: ଆଜି ଭାରତ ସରାକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବକ୍ସିଂରେ ୬ଥର ବିଶ୍ୱ ବିଜେତା ହୋଇଥିବା ଏମସି ମ୍ୟାରିକମଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି।

ସେହିପରି ବିଶ୍ୱ ଚାମ୍ପିୟନ ଶଟଲର ପିଭି ସିନ୍ଧୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନ ପାଇବେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୀଡ଼ାବିତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ପଦ୍ମଶ୍ରୀ ପାଇବାକୁ ଥିବା କ୍ରୀଡ଼ାବିତମାନେ ହେଲେ ପୂର୍ବତନ କ୍ରିକେଟର ଜାହିର ଖାନ, ମହିଳା ହକି ଟିମ କ୍ୟାପ୍ଟେନ ରାନି ରାମପାଲ, ପୂର୍ବତନ ପୁରୁଷ ହକି ଖେଳାଳି ଏମପି ଗଣେଷ, ଶୁଟର ଜୁତ ରାୟ, ପୂର୍ବତନ ମହିଳା ଫୁଟବଲ ଟିମ ଅଧିନାୟକ ଓଇନାମ ଦେବୀ ଓ ତୀରନ୍ଦାଜ ତରୁନଦୀପ ରାୟ।

ମ୍ୟାରିକମ ଭାରତ ପାଇଁ ୨୦୧୨ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ସେ ତାଙ୍କ ବକ୍ସିଂ କ୍ୟାରିୟରରେ ୬ଥର ବିଶ୍ୱ ବିଜେତା ହୋଇ ରେକର୍ଡ କରିଛନ୍ତି। ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଦେଶର ଦ୍ୱିତୀୟ ବେସାମରିକ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଛି।

ସେହିପରି ୨୦୧୬ରେ ରିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଭାରତ ପାଇଁ ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ। ସେହିପରି ପ୍ରଥମ ଭାରତୀୟ ଭାବେ ବିଶ୍ୱ ବିଜେତା ହେବାର ରେକର୍ଡ ମଧ୍ୟ ସିନ୍ଧୁ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ଭାରତ ପାଇଁ ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିପାଇଁ ତାଙ୍କୁ ଭାରତ ସରକାର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନୀତ କରିବାକୁ ମନୋନୀତ କରିଛନ୍ତି।

Related story