ଭୋକିଲା ପେଟକୁ ଦାନା ଦେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର୍‌

ନୂଆଦିଲ୍ଲୀ: ମହାମାରୀ କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ମହାମାରୀ ବିରୋଧରେ ଲଢ଼େଇରେ ବଡ଼ ସଂଖ୍ୟକ ଲୋକ ଆଗକୁ ଆସିଛନ୍ତି ଏବଂ ଗରିବଙ୍କୁ ସହାୟତା କରୁଛନ୍ତି। ଏଭଳି ସଙ୍କଟ ସମୟରେ ମାନବିକତାର ପରିଚୟ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି। ଶାମି ଉତ୍ତର ପ୍ରଦେଶସ୍ଥିତ ନିଜ ଘରେ ଅମରୋହାରେ ରହୁଛନ୍ତି ଏବଂ ସେଠାରେ ସେ ଜଣେ ଗରିବଙ୍କୁ ସହାୟତା କରିଛନ୍ତି। ଭାରତୀୟ ସ୍ପିନର ୟୁଜବେନ୍ଦ୍ର […]

shami

Ranjit Kumar Jena
  • Published: Wednesday, 15 April 2020
  • , Updated: 15 April 2020, 09:12 PM IST

ନୂଆଦିଲ୍ଲୀ: ମହାମାରୀ କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ମେ' ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ମହାମାରୀ ବିରୋଧରେ ଲଢ଼େଇରେ ବଡ଼ ସଂଖ୍ୟକ ଲୋକ ଆଗକୁ ଆସିଛନ୍ତି ଏବଂ ଗରିବଙ୍କୁ ସହାୟତା କରୁଛନ୍ତି। ଏଭଳି ସଙ୍କଟ ସମୟରେ ମାନବିକତାର ପରିଚୟ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି। ଶାମି ଉତ୍ତର ପ୍ରଦେଶସ୍ଥିତ ନିଜ ଘରେ ଅମରୋହାରେ ରହୁଛନ୍ତି ଏବଂ ସେଠାରେ ସେ ଜଣେ ଗରିବଙ୍କୁ ସହାୟତା କରିଛନ୍ତି। ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓ ଚାଟରେ ଶାମି ଏହି ସୂଚନା ଦେଇଛନ୍ତି।

ଶାମି କହିଛନ୍ତି, ଜଣେ ଗରିବ ମୋ ଘର କବାଟ ନିକଟରେ ପହଞ୍ଚିଥିଲା। ସେହି ବ୍ୟକ୍ତି ଜଣକ ଲକଡାଉନ୍ କାରଣରୁ ନିଜ ଘରେ ପହଞ୍ଚିବାକୁ ଚାହୁଁଥିଲା। ସେ ରାଜସ୍ଥାନରୁ ବିହାର ଯାଉଥିଲା ଏବଂ ଭୋକିଲା ମଧ୍ୟ ଥିଲା। ମୁଁ ନିଜ ଘରର ସିସିଟିଭି କ୍ୟାମେରାରେ ଦେଖିଲି ଯେ ସେହି ବ୍ୟକ୍ତି ଜଣକ ମୋ କବାଟ ନିକଟରେ ଅଚେତ୍ ହୋଇ ପଡ଼ିଲା। ଏହା ଦେଖି ମୁଁ ତାକୁ ଖାଇବାକୁ ଦେଇଥିଲି ଏବଂ ସହାୟତା ମଧ୍ୟ କରିଥିଲି।


ହାଇୱେ ନିକଟରେ ମୋର ଘର ହୋଇଥିବାରୁ ମୁଁ ଜାଣିଛି ଯେ ଲୋକେ କେତେ କଷ୍ଟରେ ଅଛନ୍ତି। ମୋ ଦ୍ୱାରା ଯଥାସମ୍ଭବ ସହାୟତା କରିବାକୁ ପ୍ରୟାସ କରୁଛି। ଶାମି ବର୍ତ୍ତମାନ ଉତ୍ତର ପ୍ରଦେଶର ଅମରୋହାରେ ନିଜ ଘରେ ଅଛନ୍ତି ଏବଂ ସଂଗଠନ ସହ କାମ କରୁଛନ୍ତି, ଯିଏ ଗରିବଙ୍କୁ ଖାଦ୍ୟ ଏବଂ ରହିବାର ବ୍ୟବସ୍ଥା କରୁଛି।

ଶାମି ତିନୋଟି ଯାକ ଫର୍ମାଟରେ ଭାରତର ଅନ୍ୟତମ ଭରସାଯୋଗ୍ୟ ପେସ୍ ବୋଲର। ସେ ଭାରତ ପକ୍ଷରୁ ୪୯ ଟେଷ୍ଟ ଖେଳି ୧୮୦ ୱିକେଟ୍ ନେଇଛନ୍ତି। ସେହିପରି ୭୭ ଦିନିକିଆରେ ୧୪୪ ଏବଂ ୧୧ ଟି-୨୦ ମ୍ୟାଚରେ ୧୨ ୱିକେଟ୍ ନେଇଛନ୍ତି।

Related story