୨୫ ବର୍ଷର ରେକର୍ଡ ଭାଙ୍ଗି ପାରିବ ଇଣ୍ଡିଆ ?: ବିରାଟଙ୍କ ପାଇଁ ଏହା ହେବ ଅଗ୍ନିପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ। ଦକ୍ଷିଣ ଆଫ୍ରିକାରେ ଭାରତ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଜାନୁଆରୀ ୫ତାରିଖରେ ଭାରତୀୟ ଟିମ୍‌ ୨୦୧୮ ବର୍ଷର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଭାରତୀୟ ଦଳ ପାଇଁ ଦକ୍ଷିଣଆଫ୍ରିକା ସିରିଜ ଏତେ ସହଜ ହେବନାହିଁ। ସର୍ବଦା ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ସଂଘର୍ଷ କରୁଥିବାର ଦୃଶ୍ୟ ସମ୍ନାକୁ ଆସିଥାଏ। ଏଥର ମଧ୍ୟ ବିରାଟ ବାହିନୀ ପାଇଁ ଦକ୍ଷିଣ […]

maxresdefault

maxresdefault

Ordigital Desk
  • Published: Thursday, 04 January 2018
  • Updated: 04 January 2018, 12:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ। ଦକ୍ଷିଣ ଆଫ୍ରିକାରେ ଭାରତ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଜାନୁଆରୀ ୫ତାରିଖରେ ଭାରତୀୟ ଟିମ୍‌ ୨୦୧୮ ବର୍ଷର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଭାରତୀୟ ଦଳ ପାଇଁ ଦକ୍ଷିଣଆଫ୍ରିକା ସିରିଜ ଏତେ ସହଜ ହେବନାହିଁ। ସର୍ବଦା ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ସଂଘର୍ଷ କରୁଥିବାର ଦୃଶ୍ୟ ସମ୍ନାକୁ ଆସିଥାଏ। ଏଥର ମଧ୍ୟ ବିରାଟ ବାହିନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ବେଶ୍‌ ଚ୍ୟାଲେଜିଂ ରହିବ।

ଏହି ଗସ୍ତ ବିଶେଷ କରି ବିରାଟ କୋହଲିଙ୍କ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। କାରଣ ଦୀର୍ଘ ୨୫ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଟେଷ୍ଟ ସିରିଜ ଜିତି ନାହିଁ ଭାରତ। ପୂର୍ବ ରେକର୍ଡ ଅନୁସାରେ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଟିମ୍‌ର ରେକର୍ଟ ସବୁଠୁ ଖରାପ ରହିଛି। ଘରୋଇ ଦଳକୁ ଦକ୍ଷିଣ ଆଫ୍ରିକା ପିଚ୍‌ ବେଶ୍‌ ସୁହାଇଥାଏ।

ଅନ୍ୟପଟେ ବିରାଟ ବାହିନୀ ଲଗାତର ୯ଟି ଟେଷ୍ଟ ସିରିଜ ଜିତିବା ପରେ ଟିମ୍‌ର ମନବଳ ଏବେ ଦୃଢ ଅଛି।  ହେଲେ ଦକ୍ଷିଣ ଆଫ୍ରିକାର ପିଚ୍‌ରେ ସର୍ବାଦ ଅଡ଼ୁଆରେ ପଡ଼ୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ କିପରି ବିପକ୍ଷ ଟିମକୁ ଏଥର ସମ୍ନା କରିବେ ତାହା ଏବେ ଚିନ୍ତାର ବିଷୟ।

https://youtu.be/SjcKX0HEAyk?t=31

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos