ବିଶ୍ୱକପରୁ ରାୟୁଡୁଙ୍କୁ ବାଦ୍ ଦେବା ପ୍ରସଙ୍ଗରେ ଏମିତି କହିଲେ ପ୍ରସାଦ

ମୁମ୍ବାଇ: ଆଇସିସି ବିଶ୍ୱକପରେ ସ୍ଥାନ ନମିଳିବା ଏବଂ ଥ୍ରୀ ଡି’ ଟ୍ୱିଟ୍ ଯୋଗୁ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବିସିସିଆଇ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ। ପ୍ରସାଦ ବିଶ୍ୱକପ୍ ଟିମରେ ରାୟୁଡୁଙ୍କୁ ସାମିଲ୍ କରାନଯିବାର ନିଷ୍ପତ୍ତିକୁ ଡିଫେଣ୍ଡ୍ କରିଛନ୍ତି। ରାୟୁଡୁଙ୍କ ଜାନୁଆରୀ ମାସ ପର୍ଯ୍ୟନ୍ତ ନମ୍ବର-୪ର ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଉଥିଲା, କିନ୍ତୁ ବିଶ୍ୱକପରେ ଟିମରେ ସୁଯୋଗ ସ୍ଥାନ ମିଳିନଥିଲା। ତାଙ୍କ ସ୍ଥାନରେ ତାମିଲନାଡୁ […]

rayudu

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 08:14 PM IST

ମୁମ୍ବାଇ: ଆଇସିସି ବିଶ୍ୱକପରେ ସ୍ଥାନ ନମିଳିବା ଏବଂ ଥ୍ରୀ ଡି' ଟ୍ୱିଟ୍ ଯୋଗୁ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବିସିସିଆଇ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ। ପ୍ରସାଦ ବିଶ୍ୱକପ୍ ଟିମରେ ରାୟୁଡୁଙ୍କୁ ସାମିଲ୍ କରାନଯିବାର ନିଷ୍ପତ୍ତିକୁ ଡିଫେଣ୍ଡ୍ କରିଛନ୍ତି।

ରାୟୁଡୁଙ୍କ ଜାନୁଆରୀ ମାସ ପର୍ଯ୍ୟନ୍ତ ନମ୍ବର-୪ର ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଉଥିଲା, କିନ୍ତୁ ବିଶ୍ୱକପରେ ଟିମରେ ସୁଯୋଗ ସ୍ଥାନ ମିଳିନଥିଲା। ତାଙ୍କ ସ୍ଥାନରେ ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ନିଆଯାଇଥିଲା। ଶଙ୍କରଙ୍କ ସାମିଲ୍ ହେବାକୁ ନେଇ ପ୍ରସାଦ "ଥ୍ରୀ ଡି' ଖେଳାଳି ଆଖ୍ୟା ଦେଇଥିଲେ। ତେବେ ବିଶ୍ୱକପ୍ ପାଇଁ ରାୟୁଡୁଙ୍କୁ କାହିଁକି ସାମିଲ୍ କରାଗଲା ନାହିଁ, ଏହାର ଜବାବ ଦେଇଛନ୍ତି ପ୍ରସାଦ।

ପ୍ରସାଦ କହିଛନ୍ତି, ରାୟୁଡୁଙ୍କ ଫିଟନେସ୍ ଠିକ୍ ନଥିଲା। ରାୟୁଡୁଙ୍କୁ ଆମେ ଯେତେବେଳେ ଟି-୨୦ ପ୍ରଦର୍ଶନ ଆଧାରରେ ଦିନିକିଆ ଟିମରେ ସାମିଲ୍ କଲୁ, ସେତେବେଳେ ଅନେକ ସମାଲୋଚନା ହୋଇଥିଲା। ତେବେ ତାଙ୍କ ପାଇଁ ଆମର ସ୍ୱତନ୍ତ୍ର ଯୋଜନା ଥିଲା। ଯେତେବେଳେ ସେ ଫିଟନେସ୍ ଟେଷ୍ଟରେ ଫେଲ୍ ହେଲେ, ଆମେ ତାଙ୍କୁ ଫିଟନେସ୍ ପ୍ରୋଗ୍ରାମରେ ସାମିଲ୍ କରିଥିଲୁ। ତେବେ ଟିମ୍ କମ୍ବିନେଶନ୍ ଯୋଗୁ ଆମେ ତାଙ୍କୁ ଚୟନ କରିନଥିଲୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏକତରଫା ନିଷ୍ପତ୍ତି ନେଇଥିଲୁ। ରାୟୁଡୁ ଜଣେ ଭଲ ବ୍ୟାଟ୍ସମ୍ୟାନ୍। କିନ୍ତୁ ଫିଟନେସ୍ ଯୋଗୁ ସେ ଟିମରେ ସାମିଲ୍ ହୋଇପାରିଲେ ନାହିଁ ବୋଲି ପ୍ରସାଦ କହିଛନ୍ତି।

ଅନ୍ୟପକ୍ଷରେ ରାୟୁଡୁଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଚୟନ କରାଯିବା ନେଇ ପ୍ରସାଦ କହିଛନ୍ତି, ବିଶ୍ୱକପରେ ବିଜୟ ଶଙ୍କର ଆହତ ଥିଲେ। ଏଭଳି ସ୍ଥିତିରେ ଆମକୁ ବ୍ୟାକଅପ୍ ଭାବେ ଜଣେ ଓପ୍ନରଙ୍କ ଆବଶ୍ୟକତା ଥିଲା। ଏଥିପାଇଁ ଆମେ ରାୟୁଡୁଙ୍କ ସ୍ଥାନରେ ମୟଙ୍କଙ୍କୁ ବିଶ୍ୱକପ୍ ପାଇଁ ଇଂଲଣ୍ଡ ପଠାଇଥିଲୁ। ଏହାଛଡ଼ା ପ୍ରସାଦ ରାୟୁଡୁଙ୍କ ଥ୍ରୀ'ଡି ଚଷମା ଟ୍ୱିଟକୁ ନେଇ ପ୍ରସାଦ କହିଛନ୍ତି, "ରାୟୁଡୁଙ୍କ ଏହି ଟ୍ୱିଟ୍ ବେଶ୍ ମଜାଦାର ଥିଲା ଏବଂ ମୋତେ ବହୁତ ଭଲ ଲାଗିଲା।"

Related story