ସଚିନ୍ ଓ ବିରାଟଙ୍କ ମଧ୍ୟରେ ତୁଳନା କଲେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ୍‌

ମେଲବର୍ଣ୍ଣ: କ୍ରିକେଟ୍ କଥା ଉଠିଲେ ସର୍ବପ୍ରଥମେ ସଚିନ ତେନ୍ଦୁଲକରଙ୍କ ନାଁ ଆସେ। ସଚିନଙ୍କ ପରେ ଯଦି କୌଣସି ବ୍ୟାଟ୍ସମ୍ୟାନଙ୍କ ନାଁ ଉଠିବ, ତାହେଲେ ସେ ହେଉଛନ୍ତି ବର୍ତ୍ତମାନ ଭାରତୀୟ ଟିମର କ୍ୟାପଟେନ୍ ବିରାଟ୍ କୋହଲି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଫରକ ରହିଛି, ତା’ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ। କ୍ଲାର୍କଙ୍କ କହିବା ଅନୁଯାୟୀ, ସଚିନଙ୍କ ଭଳି ବଡ଼ ଶତକ ମାରିବାର ଦୃଢ଼ ଇଚ୍ଛାଶକ୍ତି ବିରାଟ୍ […]

clarke

Ranjit Kumar Jena
  • Published: Friday, 10 April 2020
  • , Updated: 10 April 2020, 07:03 PM IST

ମେଲବର୍ଣ୍ଣ: କ୍ରିକେଟ୍ କଥା ଉଠିଲେ ସର୍ବପ୍ରଥମେ ସଚିନ ତେନ୍ଦୁଲକରଙ୍କ ନାଁ ଆସେ। ସଚିନଙ୍କ ପରେ ଯଦି କୌଣସି ବ୍ୟାଟ୍ସମ୍ୟାନଙ୍କ ନାଁ ଉଠିବ, ତାହେଲେ ସେ ହେଉଛନ୍ତି ବର୍ତ୍ତମାନ ଭାରତୀୟ ଟିମର କ୍ୟାପଟେନ୍ ବିରାଟ୍ କୋହଲି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ'ଣ ସମାନତା ରହିଛି ଏବଂ କ'ଣ ଫରକ ରହିଛି, ତା'ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ।

କ୍ଲାର୍କଙ୍କ କହିବା ଅନୁଯାୟୀ, ସଚିନଙ୍କ ଭଳି ବଡ଼ ଶତକ ମାରିବାର ଦୃଢ଼ ଇଚ୍ଛାଶକ୍ତି ବିରାଟ୍ କୋହଲିଙ୍କ ପାଖରେ ରହିଛି। ସତ କହିବାକୁ ଗଲେ ସଚିନ ଜଣେ ପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ଏବଂ ମୋ ସମୟରେ ତାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ହୁଏତ କେହି ନଥିଲେ। ଯଦି ଆମେ ଟେକନିକକୁ ଦେଖିବା, ତାହେଲେ ସଚିନ ଏଥିରେ ମାହିର୍। ସଚିନ ଯେତେବେଳେ ଲୟରେ ଥାନ୍ତି, ତାଙ୍କୁ ଆଉଟ୍ କରିବା ସବୁଠାରୁ କାଠିକର ପାଠ। ତେଣୁ ଟେକନିକରେ ସଚିନଙ୍କର କୌଣସି ଦୁର୍ବଳତା ଥିବା ମୁଁ ଦେଖିବାକୁ ପାଇନି। ତା'ଛଡ଼ା ଜଣେ ବ୍ୟାଟ୍ସମ୍ୟାନ୍ ଭୁଲ୍ କରନ୍ତୁ ବୋଲି ବୋଲର ଆଶା କରନ୍ତି।

ସଚିନଙ୍କ ବ୍ୟତୀତ କ୍ଲାର୍କ କୋହଲିଙ୍କ ବ୍ୟାଟିଂକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ସବୁ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। କୋହଲିଙ୍କର ଟି-୨୦ ରେକର୍ଡ ଅବିଶ୍ୱସନୀୟ ରହିଥିବା ବେଳେ ଟେଷ୍ଟ କ୍ରିକେଟରେ ମଧ୍ୟ ତାଙ୍କର ଦବଦବା ଦେଖିବାକୁ ମିଳିଛି। ଉଭୟ ସଚିନ ଓ କୋହଲିଙ୍କ ମଧ୍ୟରେ ଗୋଟିଏ ସମନତା ରହିଛି ଏବଂ ତାହା ହେଉଛି ଉଭୟ ବଡ଼ ଶତକ ମାରିବାରେ ମାହିର୍।

ସଚିନ ଏକମାତ୍ର କ୍ରିକେଟର୍ ଭାବେ ୨୦୦ ଟେଷ୍ଟ ଖେଳିବା ସହ ୧୦୦ ଅନ୍ତର୍ଜାତୀୟ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି। ସଚିନ ୨୦୦ ଟେଷ୍ଟରେ ୫୧ ଶତକ ସହ ୧୫୯୨୧ ରନ୍ ଏବଂ ୪୬୩ ଦିନିକିଆରେ ୪୯ ଶତକ ସହ ୧୮୪୨୬ ରନ୍ କରିଛନ୍ତି। କୋହଲି ୮୬ ଟେଷ୍ଟରେ ୨୭ ଶତକ ସହ ୭୨୪୦ ରନ୍ ଏବଂ ୨୪୮ ଦିନିକିଆରେ ୪୩ ଶତକ ସହ ୧୧୮୬୭ ରନ୍ କରିଛନ୍ତି।

Related story