ନୂଆଦିଲ୍ଲୀ: ବ୍ରାଜିଲ୍ ଓପନ୍ ଗ୍ରାଣ୍ଡ ପ୍ରିଁ ଟାଇଟଲ ଜିତିବା ପରେ ଉତ୍ସାହିତ ରହିଛନ୍ତି ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ଏନ୍ ସିକ୍କି ରେଡ୍ଡୀ ଓ ପ୍ରଣୟ ଜେରୀ ଚୋପ୍ରା। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ଜିତିବେ ବୋଲି କହିଛନ୍ତି ଏହି ଯୋଡି।
ରବିବାର ରାତିରେ ଖେଳାଯାଇଥିବା ଫାଇନାଲରେ ମ୍ୟାଚ୍ରେ କାନାଡାର ଟୋବି ଏନ୍ଜି ଓ ରାଚେଲ ହାଣ୍ଡ୍ରିଚ୍ଙ୍କୁ ୨୧-୧୫ ୨୧-୧୬ରେ ହରାଇଛନ୍ତି ଏହି ଟାଇଟଲ ଜିତିଛନ୍ତି ଏହି ଭାରତୀୟ ଯୋଡି ।
ଏନ୍ ସିକ୍କି ରେଡ୍ଡୀ କହିଛନ୍ତି,“ମୁଁ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବାରୁ ବହୁତ ଖୁସି। ଏହି ଟାଇଟଲ ଜିତିବା ପରେ ମୋର ବିଶ୍ୱାସ ବୃଦ୍ଧି ପାଇଛି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିବା ଆମର ପ୍ରଥମ ଲକ୍ଷ୍ୟ।”