ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମାର୍ଟିନ କ୍ରୋ’ଙ୍କ ପରଲୋକ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମାର୍ଟିନ କ୍ରୋ(୫୩)ଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିଲେ। ୨୦୧୨ରେ ପ୍ରଥମେ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ। କେମୋଥେରାପି ପରେ ସେ ସୁସ୍ଥ ହୋଇଥିଲେ। ତେବେ ୨୦୧୪ରେ ସେ ପୁଣି ଏହି ରୋଗରେ ପୀଡ଼ିତ ହୋଇଥିଲେ। ଏକ କ୍ରିକେଟ ପରିବାରରେ ଜନ୍ମ ଗ୍ରହଣ କରିଥିବା ମାର୍ଟିନ ବିଶ୍ୱର ଅନ୍ୟତମ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ଥିଲେ। ୧୯୮୨ରୁ ୧୯୯୫ ପର୍ଯ୍ୟନ୍ତ ସେ ନ୍ୟୁଜିଲ୍ୟାଣ୍ଡ […]

m

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 07:21 AM IST

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମାର୍ଟିନ କ୍ରୋ(୫୩)ଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିଲେ। ୨୦୧୨ରେ ପ୍ରଥମେ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ। କେମୋଥେରାପି ପରେ ସେ ସୁସ୍ଥ ହୋଇଥିଲେ। ତେବେ ୨୦୧୪ରେ ସେ ପୁଣି ଏହି ରୋଗରେ ପୀଡ଼ିତ ହୋଇଥିଲେ। ଏକ କ୍ରିକେଟ ପରିବାରରେ ଜନ୍ମ ଗ୍ରହଣ କରିଥିବା ମାର୍ଟିନ ବିଶ୍ୱର ଅନ୍ୟତମ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ଥିଲେ।

୧୯୮୨ରୁ ୧୯୯୫ ପର୍ଯ୍ୟନ୍ତ ସେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଖେଳି ଥିଲେ। ଏହି ଲମ୍ୱା ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିଅର ମଧ୍ୟରେ ସେ ୪ ବର୍ଷ ପାଇଁ ଦଳର ନେତୃତ୍ୱ ବି ନେଇ ଥିଲେ। ୧୯ ବର୍ଷ ବୟସରେ ୧୯୮୨ରେ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ସେ ୭୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୫.୩୫ ହାରରେ ୧୭ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ସହ ୫,୪୪୪ ଟେଷ୍ଟ ରନ୍ କରିଥିଲେ। ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୨୯୯ ରହିଛି। ସେ ୧୪୩ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

ଟି-ଟ୍ୱେଣ୍ଟି ଫର୍ମାଟ ପରିକଳ୍ପନା ପଛରେ ମାର୍ଟିନଙ୍କ ସକ୍ରିୟ ଭୂମିକା ରହିଥିଲା। ଏକଦା ତାଙ୍କୁ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଯୁବ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ କରାଯାଉଥିଲା। ସେହିଭଳି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନୱାର୍ଣ୍ଣ ତାଙ୍କର ୧୦୦ ଜଣିଆ ଟେଷ୍ଟ କ୍ରିକେଟ ତାଲିକାରେ ମାର୍ଟିନଙ୍କୁ ସ୍ଥାନ ଦେଇଥିଲେ। ମାର୍ଟିନଙ୍କ ବିୟୋଗରେ ବିଶ୍ୱବାପୀ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related story