ଓଓଏର କାର୍ଯ୍ୟକାରୀ ସମ୍ପାଦକ ହେଲେ ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ପରିଡ଼ା

କଟକ: ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର କାର୍ଯ୍ୟକାରୀ ସମ୍ପାଦକ ହେଲେ ଯୁଗ୍ମ ସମ୍ପାଦକ ରବୀନ୍ଦ୍ର  ପରିଡ଼ା। ରବୀନ୍ଦ୍ର ସାମୟିକ ଭାବେ ଏହି ପଦବୀରେ ରହି କାର୍ଯ୍ୟ ତୁଲାଇବେ। ଶନିବାର ଅନୁଷ୍ଠିତ ହୋଇଥିବା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ କାଉନସିଲ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।  ବୈଠକରେ ସର୍ବସମ୍ମତି ଭାବେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଓଓଏର ଉପସଭାପତି ପ୍ରତାପ ଶତପଥୀ ସୂଚନା ଦେଇଛନ୍ତି। ଓଓଏର ସାଧାରଣ ସଂପାଦକ ପଦରୁ ଆସନ୍ତା ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଦୂରେଇ ରହିବାକୁ ଗତ […]

ooa

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 09:45 AM IST

କଟକ: ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର କାର୍ଯ୍ୟକାରୀ ସମ୍ପାଦକ ହେଲେ ଯୁଗ୍ମ ସମ୍ପାଦକ ରବୀନ୍ଦ୍ର  ପରିଡ଼ା। ରବୀନ୍ଦ୍ର ସାମୟିକ ଭାବେ ଏହି ପଦବୀରେ ରହି କାର୍ଯ୍ୟ ତୁଲାଇବେ। ଶନିବାର ଅନୁଷ୍ଠିତ ହୋଇଥିବା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ କାଉନସିଲ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।  ବୈଠକରେ ସର୍ବସମ୍ମତି ଭାବେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଓଓଏର ଉପସଭାପତି ପ୍ରତାପ ଶତପଥୀ ସୂଚନା ଦେଇଛନ୍ତି।

ଓଓଏର ସାଧାରଣ ସଂପାଦକ ପଦରୁ ଆସନ୍ତା ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଦୂରେଇ ରହିବାକୁ ଗତ ବୁଧବାର ସୁପ୍ରିମ୍‌କୋର୍ଟ ଆଶୀର୍ବାଦ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଓଏର ଜମି ଜବରଦଖଲ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେବା ସହିତ ସେହିଦିନ ପର୍ଯ୍ୟନ୍ତ ସଂଘର ଯୁଗ୍ମ ସଂପାଦକଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ।

Related story