Advertisment

ରାଗିଗଲେ ଅଧିନାୟକ, ପଡ଼ିଆ ମଝିରେ ସାଥୀ ଖେଳାଳିଙ୍କ ଉପରକୁ ଉଠାଇଲେ ହାତ

ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆ ମଝିରେ ରାଗିଗଲେ ଅଧିନାୟକ ଓ ସାଥୀ ଖେଳାଳିଙ୍କ ଉପରକୁ ଉଠାଇ ଦେଲେ ହାତ। ସେ ହାତ ଉଠାଇଥିଲେ ବି ସାଥୀ ଖେଳାଳିଙ୍କୁ ପିଟି ନଥିଲେ। କିନ୍ତୁ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ଘଟିଛି ବାଂଲାଦେଶର ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ (ବଙ୍ଗବନ୍ଧୁ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ) ପଡ଼ିଆରେ। ସାଥୀ ଖେଳାଳିଙ୍କୁ ଥାପଡ଼ ମାରିବାକୁ ଉଦ୍ୟମ କରିଥିବା ଏହି ଖେଳାଳିଙ୍କ ନାଁ ମୁଶଫିକୁର ରହିମ। ଏହି ଟୁର୍ଣ୍ଣାମେଣ୍ଟରେ ସେ […]

ଅଦ୍ୟତନ ହୋଇଛି
ରାଗିଗଲେ ଅଧିନାୟକ, ପଡ଼ିଆ ମଝିରେ ସାଥୀ ଖେଳାଳିଙ୍କ ଉପରକୁ ଉଠାଇଲେ ହାତ

bangladesh1

Advertisment

ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆ ମଝିରେ ରାଗିଗଲେ ଅଧିନାୟକ ଓ ସାଥୀ ଖେଳାଳିଙ୍କ ଉପରକୁ ଉଠାଇ ଦେଲେ ହାତ। ସେ ହାତ ଉଠାଇଥିଲେ ବି ସାଥୀ ଖେଳାଳିଙ୍କୁ ପିଟି ନଥିଲେ। କିନ୍ତୁ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

Advertisment

ଘଟଣାଟି ଘଟିଛି ବାଂଲାଦେଶର ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ (ବଙ୍ଗବନ୍ଧୁ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ) ପଡ଼ିଆରେ। ସାଥୀ ଖେଳାଳିଙ୍କୁ ଥାପଡ଼ ମାରିବାକୁ ଉଦ୍ୟମ କରିଥିବା ଏହି ଖେଳାଳିଙ୍କ ନାଁ ମୁଶଫିକୁର ରହିମ। ଏହି ଟୁର୍ଣ୍ଣାମେଣ୍ଟରେ ସେ ବେକ୍ସିମକୋ ଢାକା ଟିମ୍‌ର ନେତୃତ୍ୱ ନେଉଛନ୍ତି। ସେ ନସୁମ ଅହମଦଙ୍କୁ ଥାପଡ଼ ମାରିବାକୁ ହାତ ଉଠାଇଥିଲେ।

କଥାଟି ହେଉଛି, ଏକ ମ୍ୟାଚ୍ ବେଳେ ମୁଶଫିକୁର ରହିମ ଏକ କ୍ୟାଚ୍ ଧରିବା ପାଇଁ ଦୌଡ଼ୁଥିବା ବେଳେ ନସୁମଙ୍କ ସହିତ ତାଙ୍କର ଧକ୍କା ହୋଇଥିଲା। ନସୁମ ମଧ୍ୟ କ୍ୟାଚ୍ ଧରିବାକୁ ଆସୁଥିଲେ। ନସୁମଙ୍କ ସହିତ ଧକ୍କା ସତ୍ତ୍ୱେ ମୁଶଫିକୁର କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ। ତେବେ ସେ କ୍ୟାଚ୍ ଧରିବା ପରେ ରାଗି ଯାଇ ନସୁମଙ୍କ ଉପରକୁ ହାତ ଉଠାଇଥିଲେ। ଏହା ପରେ ନସୁମ ରାଗି ଯିବା ଭଳି ଲାଗୁଥିଲେ। ଅବଶ୍ୟ ଆଉ କିଛି ଘଟିବା ପୂର୍ବରୁ ଅନ୍ୟ ସାଥୀ ଖେଳାଳି ଉଭୟଙ୍କୁ ଶାନ୍ତ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ : ଜାନୁଆରୀରୁ ଭାରତରେ ଆରମ୍ଭ ହେବ କ୍ରିକେଟ୍‌ ସିଜନ୍

ସୂଚନାଯୋଗ୍ୟ, ବାଂଲାଦେଶର ଏହି ଖେଳାଳି ସଦାବେଳେ ଚର୍ଚ୍ଚାରେ ରହିଥା’ନ୍ତି। ପଡ଼ିଆରେ କେତେବେଳେ ନାଗିନ୍‌ ଡ୍ୟାନ୍ସ କରି ତ କେତେବେଳେ ‘ଡାଇନୋସର’ ଢଙ୍ଗରେ ଡରାଇବା ପାଇଁ ଚର୍ଚ୍ଚାରେ ରହିଛନ୍ତି।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe