Advertisment

ହାରି ଯାଇଥିବା ବାଜି ଜିତିଲେ ନାଡାଲ୍, ହାତେଇଲେ ୨୧ତମ ଗ୍ରାଣ୍ଡସ୍ଲାମ୍

ମେଲବର୍ଣ୍ଣ: ଅଦ୍ଭୁତ, ଅସମ୍ଭବ, ଅବିଶ୍ୱସନୀୟ ପ୍ରଦର୍ଶନ ବଳରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଓପନ୍ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି ସ୍ପେନୀୟ ତାରକା ରାଫେଲ୍ ନାଡାଲ। ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ନାଡାଲ୍ ରୁଷର ଡାନିଲ୍ ମେଦଭେଦେଭଙ୍କୁ ହରାଇ ନିଜର ୨୧ତମ ଗ୍ରାଣ୍ଡସ୍ଲାମ୍ ମୁକୁଟ ପିନ୍ଧିଛନ୍ତି। ଏଥିସହ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଜିତିବାରେ ନାଡାଲ୍ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ପ୍ରଥମ ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିବା ମାରାଥନ୍ ମୁକାବିଲାକୁ ୨-୬, ୬-୭ (୫/୭), […]

ହାରି ଯାଇଥିବା ବାଜି ଜିତିଲେ ନାଡାଲ୍, ହାତେଇଲେ ୨୧ତମ ଗ୍ରାଣ୍ଡସ୍ଲାମ୍

rafael-nadal

Advertisment

ମେଲବର୍ଣ୍ଣ: ଅଦ୍ଭୁତ, ଅସମ୍ଭବ, ଅବିଶ୍ୱସନୀୟ ପ୍ରଦର୍ଶନ ବଳରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଓପନ୍ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି ସ୍ପେନୀୟ ତାରକା ରାଫେଲ୍ ନାଡାଲ। ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ନାଡାଲ୍ ରୁଷର ଡାନିଲ୍ ମେଦଭେଦେଭଙ୍କୁ ହରାଇ ନିଜର ୨୧ତମ ଗ୍ରାଣ୍ଡସ୍ଲାମ୍ ମୁକୁଟ ପିନ୍ଧିଛନ୍ତି। ଏଥିସହ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଜିତିବାରେ ନାଡାଲ୍ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ପ୍ରଥମ ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିବା ମାରାଥନ୍ ମୁକାବିଲାକୁ ୨-୬, ୬-୭ (୫/୭), ୬-୪, ୬-୪, ୭-୫ ସେଟରେ ଜିତି ନେଇଛନ୍ତି।

Advertisment

ଏହି ମ୍ୟାଚ୍ ପୂର୍ବରୁ ନାଡାଲ୍ ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର୍ ଓ ସର୍ବିୟାର ନୋଭାକ୍ ଜୋକୋଭିଚଙ୍କ ସହ ଯୁଗ୍ମ ଭାବେ ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ। କିନ୍ତୁ ରଡ୍ ଲିଭର୍ ଏରିନାଠାରେ ନାଡାଲ୍ ୨୧ତମ ଗ୍ରାଣ୍ଡସ୍ଲାମ୍ ଜିତିବାର ନୂଆ ରେକର୍ଡ କାଏମ କରିଛନ୍ତି। ନାଡାଲ୍ ମଧ୍ୟ ୧୩ ବର୍ଷ ପରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଛନ୍ତି। ଏହା ପୂର୍ବରୁ ସେ ୨୦୦୯ରେ ଫେଡେରରଙ୍କୁ ହରାଇ ଏଠାରେ ଟାଇଟଲ୍ ଜିତିଥିଲେ। ଯଦି ନାଡାଲଙ୍କ କ୍ୟାରିୟର ଉପରେ ଆଖି ପକାଇବା, ଏହି ସ୍ପେନୀୟ ଷ୍ଟାର୍ ରେକର୍ଡ ୧୩ଥର ଫ୍ରେଞ୍ଚ ଓପନ୍ ଜିତିଛନ୍ତି। ଏହାବ୍ୟତୀତ ନାଡାଲ୍ ତିନିଥର ୟୁଏସ୍ ଓପନ୍ ଏବଂ ଦୁଇଥର ଲେଖାଏ ଅଷ୍ଟ୍ରେଲିଆନ୍ ଓପନ୍ ଓ ୱିମ୍ବଲଡନ୍ ଟ୍ରଫି ହାସଲ କରିଛନ୍ତି।

https://twitter.com/AustralianOpen/status/1487797942983565315?s=20&t=uKgwa7piEq95cQChneYj4g

Advertisment

ଫାଇନାଲ୍ ମୁକାବିଲା ପାଇଁ ମେଦଭେଦେଭଙ୍କୁ ଫେବରିଟ୍ କୁହାଯାଉଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ସେ ନିଜର ଦମ୍ ଦେଖାଇଥିଲେ। ପ୍ରଥମ ସେଟକୁ ମେଦଭେଦେଭ ସହଜରେ ୬-୨ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟରେ ନାଡାଲ୍ ଏକ ସମୟରେ ୫-୩ରେ ଆଗୁଆ ଥିଲେ। କିନ୍ତୁ ମେଦଭେଦେଭ କମବ୍ୟାକ୍ କରି ସେଟକୁ ୫-୫କୁ ଆଣିଥିଲେ। ପରେ ସେଟଟି ଟାଇବ୍ରେକରକୁ ଯାଇଥିଲା ବେଳେ ମେଦଭେଦେଭ ଏହାକୁ ୭-୫ରେ ଜିତି ନେଇଥିଲେ।

https://twitter.com/TennisTV/status/1487791889495597058?s=20&t=fd57Q2YdnJIIU-A2xULL3Q

କ୍ୟାରିୟରର ପ୍ରଥମ ଅଷ୍ଟ୍ରେଲିଆନ୍ ଟାଇଟଲ ଜିତିବାରୁ ମେଦଭେଦେଭ ମାତ୍ର ଗୋଟିଏ ସେଟ୍ ପଛରେ ଥିଲେ। ଆଉ ଲାଗୁଥିଲା ଯେପରି ସେ ସହଜରେ ନାଡାଲଙ୍କୁ ଧୂଳି ଚଟାଇ ନିଜର ଏହି ସ୍ୱପ୍ନ ସାକାର କରିନେବେ। କିନ୍ତୁ ୧୫ରୁ ଊର୍ଦ୍ଧ୍ୱ ବର୍ଷର ଟେନିସ୍ ଅଭିଜ୍ଞତା ରଖିଥିବା ନାଡାଲ୍ ସହଜରେ ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ। ଜଙ୍ଗଲର ବୁଢ଼ା ସିଂହ ପରି ଶିକାରକୁ ସହଜରେ ଛାଡ଼ିବାର ଅଭ୍ୟାସ ନଥିବା ନାଡାଲ୍ ତୃତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରିବାର ସାମାନ୍ୟ ଝଲକ ଦେଖାଇଥିଲେ। ଏହି ସେଟଟି ୪-୪ରେ ବରାବର ସ୍ଥିତିରେ ଥିବା ବେଳେ ନାଡାଲ୍ ଲଗାତର ଦୁଇ ସେଟ୍ ଜିତିନେଇଥିଲେ। ତୃତୀୟ ସେଟ୍ ଭଳି ଚତୁର୍ଥ ସେଟକୁ ମଧ୍ୟ ନାଡାଲ୍ ୬-୪ରେ ଜିତିବା ସହ ମୁକାବିଲାକୁ ୨-୨ରେ ବରାବର ସ୍ଥିତିକୁ ଆଣିଥିଲେ।

Image

ଲୟ ହାସଲ କରିସାରିଥିବା ନାଡାଲ୍ ଆଉ ପଛଘୁଞ୍ଚା ଦେବା ମୁଡରେ ନଥିଲେ। ପଞ୍ଚମ ସେଟରେ ନାଡାଲ୍ ଜବରଦସ୍ତ ଖେଳ ଦେଖାଇ ୫-୩ର ଲିଡ୍ ହାସଲ କରିଥିଲେ। କିନ୍ତୁ ମେଦଭେଦେଭ ମଧ୍ୟ କମବ୍ୟାକ୍ କରିଥିଲେ ଏବଂ ଲଗାତର ଦୁଇଟି ସେଟ୍ ଜିତି ୫-୫ରେ ବରାବର କରିଥିଲେ। ଏହି ସମୟରେ ମ୍ୟାଚ୍ କାହା ସପକ୍ଷରେ ଯାଇପାରିଥାନ୍ତା। କିନ୍ତୁ ନାଡାଲ୍ ଏକାଦଶ ସେଟକୁ ଜିତି ପୁଣିଥରେ ଲିଡ୍ ହାସଲ କରିଥିଲେ। ଦ୍ୱାଦଶ ସେଟରେ ନାଡାଲ୍ ଲଗାତର ୪ ପଏଣ୍ଟ ହାସଲ କରିବା ସହ ମୁକାବିଲାକୁ ଜିତି ନେଇଥିଲେ। ଆଉ ଏଥିସହ ଟେନିସ୍ ଇତିହାସରେ ନୂଆ କାରନାମା କରି ଦେଖାଇଥିଲେ ନାଡାଲ।

https://twitter.com/AustralianOpen/status/1487800423381671936?s=20&t=uKgwa7piEq95cQChneYj4g

ଫାଇନାଲ୍ ମ୍ୟାଚ୍ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା। ଏହା ଅଷ୍ଟ୍ରେଲିଆନ୍ ଓପନ୍ ଇତିହାସର ଦ୍ୱିତୀୟ ଲମ୍ବା ଫାଇନାଲ୍ ଥିଲା। ଏହା ପୂର୍ବରୁ ୨୦୧୨ର ଫାଇନାଲ ମୁକାବିଲା ୫ ଘଣ୍ଟା ୫୩ ମିନିଟ୍ ଧରି ଚାଲିଥିଲା, ଯେଉଁଥିରେ ଜୋକୋଭିଚ୍ ୨-୬, ୬-୭ (୫), ୬-୪, ୬-୪, ୭-୫ ସେଟରେ ନାଡାଲଙ୍କୁ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe