୩୬ ବର୍ଷ ବୟସରେ ନାଡାଲଙ୍କୁ ରେକର୍ଡ ୨୨ତମ ଗ୍ଲାଣ୍ଡସ୍ଲାମ

ପ୍ୟାରିସ୍‌: ରେକର୍ଡ କରିଛନ୍ତି ସ୍ପେନୀୟ ତାରକା ରାଫେଲ ନାଡାଲ। ସେ ଟେନିସର ବାଦଶାହ ବୋଲି ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି। ୩୬ ବର୍ଷ ବୟସରେ ସେ ନିଜ କ୍ୟାରିୟର୍‌ର ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତି ରେକର୍ଡ କରିଛନ୍ତି। ଏଥିସହ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାରେ ସେ ସୃଷ୍ଟି କରିଥିବା ରେକର୍ଡକୁ ଆହୁରି ମଜବୁତ କରିଛନ୍ତି। ରବିବାର ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ନାଡାଲ ସିଧାସଳଖ ୬-୩, ୬-୩, ୬-୦ ସେଟରେ ନରୱେର କାସପର ରୁଡୁଙ୍କୁ ପରାସ୍ତ […]

nadal

nadal

Hemant Lenka
  • Published: Monday, 06 June 2022
  • Updated: 06 June 2022, 07:51 AM IST

Sports

Latest News

ପ୍ୟାରିସ୍‌: ରେକର୍ଡ କରିଛନ୍ତି ସ୍ପେନୀୟ ତାରକା ରାଫେଲ ନାଡାଲ। ସେ ଟେନିସର ବାଦଶାହ ବୋଲି ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି। ୩୬ ବର୍ଷ ବୟସରେ ସେ ନିଜ କ୍ୟାରିୟର୍‌ର ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତି ରେକର୍ଡ କରିଛନ୍ତି। ଏଥିସହ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାରେ ସେ ସୃଷ୍ଟି କରିଥିବା ରେକର୍ଡକୁ ଆହୁରି ମଜବୁତ କରିଛନ୍ତି। ରବିବାର ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ନାଡାଲ ସିଧାସଳଖ ୬-୩, ୬-୩, ୬-୦ ସେଟରେ ନରୱେର କାସପର ରୁଡୁଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ ଲଢ଼େଇ ୨ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା।

ନରୱେର ରୁଡ୍ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ ଫାଇନାଲ୍ ଖେଳୁଥିଲେ। କିନ୍ତୁ ୩୦ତମ ଗ୍ରାଣ୍ଡ ସ୍ଲାମ ଖେଳୁଥିବା ନାଡାଲଙ୍କ ଆଗରେ ସେ ଫିକା ପଡ଼ି ଯାଇଛନ୍ତି। ଫାଇନାଲ ବିଜୟ ସହ ରୋଲାଁ ଗ୍ୟାରୋସରେ ସେ ୧୪ତମ ଥର ଟ୍ରଫି ଜିତିବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସେ ବିଶ୍ୱର ପ୍ରଥମ ବୟୋଜ୍ୟଷ୍ଠ ଖେଳାଳି ଭାବେ ଫ୍ରେଞ୍ଚ ଓପନ ଜିତିଛନ୍ତି। ୨୦୦୫ରେ ନାଡାଲଙ୍କୁ ଯେତେବେଳେ ୧୯ ବର୍ଷ ବୟସ ହୋଇଥିଲା ସେ ପ୍ୟାରିସରେ ପ୍ରଥମ ଟ୍ରଫି ଜିତିଥିଲେ। ଏବେ ୩୬ ବର୍ଷ ବୟସରେ ସେ ୧୪ତମ ଟ୍ରଫି ଜିତିବାକୁ ସକ୍ଷମ ହୋଇଛନ୍ତି। ଚଳିତ ବର୍ଷ ନାଡାଲଙ୍କ ଏହା ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ ଟ୍ରଫି। ଫ୍ରେଞ୍ଚ ଓପନ ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାଡାଲ ଏବେ ତାଙ୍କ ଚୀର ପ୍ରତିଦ୍ୱନ୍ଦ୍ୱୀ ନୋଭାକ ଜୋକୋଭିଚ ଓ ରୋଜର ଫେଡରରଙ୍କ ଠାରୁ ୨ଟି ଲେଖାଏ ଅଧିକ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି। ଜୋକୋଭିଚ ଓ ଫେଡରର ୨୦ଟି ଲେଖାଏ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିବା ବେଳେ ନାଡାଲଙ୍କ ନାଁରେ ୨୨ଟି ଟ୍ରଫି ରହିଛି। ନାଡାଲଙ୍କ ପୂର୍ବରୁ ବୟୋଜ୍ୟଷ୍ଠ ଖେଳାଳି ଭାବେ ୧୯୭୨ ମସିହାରେ ଆଣ୍ଡ୍ରେ ଜିମେନୋ ପ୍ୟାରିସ୍‌ରେ ଟ୍ରଫି ଜିତିଥିଲେ। ସେ ଟ୍ରଫି ଜିତିବା ବେଳେ ତାଙ୍କ ବୟସ ୩୪ ଥିଲା। କିନ୍ତୁ ଏବେ ନାଡାଲ ୩୬ ବର୍ଷ ବୟସରେ ଟ୍ରଫି ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story