Advertisment

ପ୍ରମୋଦଙ୍କୁ ୬ କୋଟି ଟଙ୍କା ସହ ଗ୍ରୁପ୍‌ ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବ। ତା’ସହିତ ତାଙ୍କୁ ଗ୍ରୁପ୍ ‘ଏ’ ସରକାରୀ ଚାକିରି ପ୍ରଦାନ କରାଯିବ। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ୬ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ। ବ୍ୟାଡ୍‌ମିଣ୍ଟର ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ […]

ଅଦ୍ୟତନ ହୋଇଛି
ପ୍ରମୋଦଙ୍କୁ ୬ କୋଟି ଟଙ୍କା ସହ ଗ୍ରୁପ୍‌ ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା

Pramod Bhagat

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବ। ତା’ସହିତ ତାଙ୍କୁ ଗ୍ରୁପ୍ ‘ଏ’ ସରକାରୀ ଚାକିରି ପ୍ରଦାନ କରାଯିବ।

Advertisment

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ୬ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ।

ବ୍ୟାଡ୍‌ମିଣ୍ଟର ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ। ତେବେ ମିକ୍ସଡ୍ ଡବଲ୍ସ (ଏସ୍ଏଲ୍୩-ଏସ୍ୟୁ୫ ବର୍ଗ)ରେ ବ୍ରୋଞ୍ଜ ଲଢ଼େଇରେ ହାରି ଯାଇଥିଲେ।

Advertisment

ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ରେକର୍ଡ ପ୍ରମୋଦ ଭଗତଙ୍କ ନାଁରେ ଯୋଡ଼ି ହୋଇଯାଇଛି।

ବିଶ୍ୱ ଚାମ୍ପିଅନଶିପରେ ପ୍ରମୋଦ ଭଗତ ୪ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୮ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୫ ବର୍ଷ ବର୍ଷ ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିବା ପ୍ରମୋଦ ଭଗତ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପାରା ଶଟଲର। ସେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତ ୧୯ଟି ପଦକ ଜିତିଛି। ପାରାଲିମ୍ପିକ୍ସ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହି ୧୯ଟି ପଦକ ମଧ୍ୟରୁ ୪ଟି ବ୍ୟାଡ୍‌ମିଣ୍ଟନରୁ ଆସିଛି।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe