ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ସୁରକ୍ଷା ଦୃଷ୍ଟିରୁ ଗସ୍ତକୁ ସ୍ଥଗିତ ରଖିଛି ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଭାରତରେ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାର ମହିଳା ଟିମ୍‌କୁ ଭାରତ ନ ଆସିବା ପାଇଁ କହିଛି। ଆସନ୍ତା ମଙ୍ଗଳବାର ଅପରାହ୍ନରେ ପାକିସ୍ତାନ ମହିଳା କ୍ରିକେଟ୍ ଟିମ୍ ଭାରତ ଆସିଥାଆନ୍ତା। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବର୍ତ୍ତମାନ ପାଇଁ ଏହି ଗସ୍ତକୁ ସ୍ଥଗିତ ରଖିଛି। ସୋମବାର ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ତା’ପରେ […]

pak

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 04:52 PM IST

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଭାରତରେ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାର ମହିଳା ଟିମ୍‌କୁ ଭାରତ ନ ଆସିବା ପାଇଁ କହିଛି। ଆସନ୍ତା ମଙ୍ଗଳବାର ଅପରାହ୍ନରେ ପାକିସ୍ତାନ ମହିଳା କ୍ରିକେଟ୍ ଟିମ୍ ଭାରତ ଆସିଥାଆନ୍ତା। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବର୍ତ୍ତମାନ ପାଇଁ ଏହି ଗସ୍ତକୁ ସ୍ଥଗିତ ରଖିଛି। ସୋମବାର ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ତା’ପରେ ଯାଇ ଟିମ୍ ଆସିବ କି ନାହିଁ କହିବେ।

ସେହିପରି ଭାରତରେ ହେବାକୁ ଥିବା ଆଇସିସି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍‌ ପାଇଁ ପାକିସ୍ତାନ କ୍ରିକେଟ୍‌ ଟିମ୍ ଆସିବା ଉପରେ ମଧ୍ୟ ଆଶଙ୍କା ରହିଛି। ଆସନ୍ତା ଗୁରୁବାର ପାକିସ୍ତାନ ଭାରତ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଏହା ଉପରେ ବି ବର୍ତ୍ତମାନ ପାଇଁ ପାକ୍ କ୍ରିକେଟ୍ ବୋର୍ଡ ସ୍ଥଗିତାଦେଶ ଜାରି କରିଛି। ସୁରକ୍ଷା ଜନିତ କ୍ଲିୟରାନ୍ସ ନମିଳିବା ପର୍ଯ୍ୟନ୍ତ ଟିମ୍ ଭାରତ ଯାଇପାରିବ ନାହିଁ ବୋଲି ପାକ୍ କ୍ରିକେଟ୍ ବୋର୍ଡ କହିଛି।

Related story