ପାକିସ୍ତାନ ଏକ ବିପଜ୍ଜନକ ଟିମ୍: ନେଭିଲ୍

ମୋହାଲି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଏଯାବତ ତିନୋଟି ମ୍ୟାଚ୍ ଖେଳିଥିବା ପାକିସ୍ତାନ କେବଳ ବାଂଲାଦେଶ ବିରୋଧରେ ଜିତି ଥିବା ବେଳେ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ହାରିଯାଇଛି। ଏହା ସତ୍ତ୍ୱେ ପାକିସ୍ତାନକୁ ହାଲ୍‌କା ଭାବେ ନେବ ନାହିଁ ଅଷ୍ଟ୍ରେଲିଆ। ବୁଧବାର ଏ କଥା କହିଛନ୍ତି ଅଷ୍ଟ୍ରେଲିଆର ୱିକେଟ୍‌କିପର ପିଟର ନେଭିଲ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରେ ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷରେ ଖେଳିବ। ନେଭିଲ କହିଛନ୍ତି,“ପାକିସ୍ତାନକୁ ହାଲ୍‌କା ଭାବେ ନେବାର କୌଣସି ଯୁକ୍ତି ନାହିଁ। ଆମେ ସେମାନଙ୍କୁ ଅଣଦେଖା କରିପାରିବୁ […]

peter

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 12:10 PM IST

ମୋହାଲି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଏଯାବତ ତିନୋଟି ମ୍ୟାଚ୍ ଖେଳିଥିବା ପାକିସ୍ତାନ କେବଳ ବାଂଲାଦେଶ ବିରୋଧରେ ଜିତି ଥିବା ବେଳେ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ହାରିଯାଇଛି। ଏହା ସତ୍ତ୍ୱେ ପାକିସ୍ତାନକୁ ହାଲ୍‌କା ଭାବେ ନେବ ନାହିଁ ଅଷ୍ଟ୍ରେଲିଆ। ବୁଧବାର ଏ କଥା କହିଛନ୍ତି ଅଷ୍ଟ୍ରେଲିଆର ୱିକେଟ୍‌କିପର ପିଟର ନେଭିଲ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରେ ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷରେ ଖେଳିବ।

ନେଭିଲ କହିଛନ୍ତି,“ପାକିସ୍ତାନକୁ ହାଲ୍‌କା ଭାବେ ନେବାର କୌଣସି ଯୁକ୍ତି ନାହିଁ। ଆମେ ସେମାନଙ୍କୁ ଅଣଦେଖା କରିପାରିବୁ ନାହିଁ। ପାକିସ୍ତାନ ଏକ ବିପଜ୍ଜନକ ଟିମ୍। ଯଦି ଆମେ ଭଲ ଖେଳିବୁ ନାହିଁ,ତା’ହେଲେ ହାରିଯିବୁ।”

ସେ ଆହୁରି ମଧ୍ୟ କହିଛନ୍ତି,“ପାକିସ୍ତାନର ବ୍ୟାଟିଂ ଲାଇନ୍ ଶକ୍ତିଶାଳୀ ନୁହେଁ ବୋଲି ଯେଉଁ କଥା କୁହାଯାଉଛି ସେଥିରେ ମୁଁ ଏକମତ ନୁହେଁ। ପାକିସ୍ତାନ ଟିମ୍‌ରେ ଏମିତି ଦୁଇ ଚାରି ଜଣ ଖେଳାଳି ଅଛନ୍ତି ଯେଉଁମାନେ ରନ୍‌ର ବର୍ଷା କରିପାରିବେ। ଫର୍ମରେ ଥିବା ବେଳେ ସେମାନେ ଏହା କରି ଦେଖାଇ ସାରିଛନ୍ତି। ସେମାନେ ଯେକୌଣସି ସମୟରେ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇ ପାରିବାର କ୍ଷମତା ରଖୁଛନ୍ତି।”

ତେବେ ପାକିସ୍ତାନ ସହିତ ଭାରତ ବିପକ୍ଷ ମ୍ୟାଚ୍‌କୁ ମଧ୍ୟ ଅଷ୍ଟ୍ରେଲିଆ ଜିତିବାକୁ ଚେଷ୍ଟା କରିବ ବୋଲି ପିଟର ନେଭିଲ କହିଛନ୍ତି।

ମାର୍ଚ୍ଚ ୨୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଲଢ଼େଇ ହେବ।

Related story