ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ବାଂଲାଦେଶକୁ ୫୫ରନ୍‌ରେ ହରାଇଲା ପାକିସ୍ତାନ

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପରଟେନ୍‌ରେ ଆଜି ଇଡେନ୍‌ ଗାର୍ଡେନ୍‌ରେ ବାଂଲାଦେଶକୁ ୫୫ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ। ଦଳ ବାଂଲାଦେଶକୁ ହରାଇ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି। ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୫ଟି ୱିକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ଅହମ୍ମଦ ଶାଜିଦ୍‌ ୩୯ ବଲ୍‌ରୁ ୫୨ ରନ୍‌, ଶାହିଦ୍ ଆଫ୍ରିଦି ୧୯ ବଲ୍‌ରୁ ୪୯ ଓ ମହମ୍ମଦ ହଫିଜ୍‌ ୪୨ ‍ବଲରୁ […]

PAKISTAN WON BY 55 RUNS

Rakesh Mallick
  • Published: Wednesday, 16 March 2016
  • , Updated: 17 March 2016, 06:49 AM IST

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପରଟେନ୍‌ରେ ଆଜି ଇଡେନ୍‌ ଗାର୍ଡେନ୍‌ରେ ବାଂଲାଦେଶକୁ ୫୫ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ। ଦଳ ବାଂଲାଦେଶକୁ ହରାଇ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି।

ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୫ଟି ୱିକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ଅହମ୍ମଦ ଶାଜିଦ୍‌ ୩୯ ବଲ୍‌ରୁ ୫୨ ରନ୍‌, ଶାହିଦ୍ ଆଫ୍ରିଦି ୧୯ ବଲ୍‌ରୁ ୪୯ ଓ ମହମ୍ମଦ ହଫିଜ୍‌ ୪୨ ‍ବଲରୁ ୬୪ ରନ କରିଥିଲେ।

ବାଂଲାଦେଶ ପକ୍ଷରୁ ତସକିନ୍‌ ଓ ଅରାଫତ୍‌ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ସବୀର ଗୋଟିଏ ୱିକେଟ ନେଇଥିଲେ।

୨୦୨ର ବିଜୟଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ। ଦଳ ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ ହରାଇ ୧୪୬ ରନ୍‌ କରିଥିଲା। ଦଳପକ୍ଷରୁ ସକିବ୍ ୪୦ ବଲରୁ ୫୦ରନ୍‌, ସବୀର  ୧୯ ବଲ୍‌ରୁ ୨୫ ଓ ତମୀମ୍‌ ୨୦ ବଲ୍‌ରୁ ୨୪ ରନ୍‌ ସଂଗ୍ରହ କରିଥିଲେ। ପାକିସ୍ତାନ ପକ୍ଷରୁ ଅମୀର ଓ ଆଫ୍ରିଦି ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଇରଫାନ ଓ ୱାସିମ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୨ଟି ୱିକେଟ ଓ ବିସ୍ଫୋରକ ବ୍ୟାଟିଂ ପାଇଁ ପାକିସ୍ତାନର ଅଧିନାୟକ ଆଫ୍ରିଦିଙ୍କୁ ‘ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା।

Related story