ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଡେବ୍ୟୁ କଲେ ନେଗୀ

ମୀରପୁର: ଆଜି ଏସିଆ କପ୍‌ର ଏକ ମ୍ୟାଚରେ ଭାରତ ୯ ୱିକେଟରେ ୟୁଏଇକୁ ହରାଇଥିବା ବେଳେ ଏହା ଥିଲା ପବନ ନେଗୀଙ୍କ ପଦାର୍ପଣ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌। ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ପବନକୁ ସଫଳତା ମଧ୍ୟ ମିଳିଛି। ଏହି ବାମହାତୀ ବୋଲର ଓ ବ୍ୟାଟ୍ସମ୍ୟାନ ଆଜି ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିବା ବେଳେ ୩ ଓଭର ବୋଲିଂ କରିଥିଲେ। ୩ ଓଭର ବୋଲିଂ କରି ୧୬ ରନ ବିନିମୟରେ ସେ ଗୋଟିଏ ୱିକେଟ୍ ଅକ୍ତିଆର […]

pawan-negi-played-first-t-20

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 05:47 PM IST

ମୀରପୁର: ଆଜି ଏସିଆ କପ୍‌ର ଏକ ମ୍ୟାଚରେ ଭାରତ ୯ ୱିକେଟରେ ୟୁଏଇକୁ ହରାଇଥିବା ବେଳେ ଏହା ଥିଲା ପବନ ନେଗୀଙ୍କ ପଦାର୍ପଣ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌। ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ପବନକୁ ସଫଳତା ମଧ୍ୟ ମିଳିଛି। ଏହି ବାମହାତୀ ବୋଲର ଓ ବ୍ୟାଟ୍ସମ୍ୟାନ ଆଜି ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିବା ବେଳେ ୩ ଓଭର ବୋଲିଂ କରିଥିଲେ। ୩ ଓଭର ବୋଲିଂ କରି ୧୬ ରନ ବିନିମୟରେ ସେ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କର ଏକ ବଲରେ ୟୁଏଇର ମହମ୍ମଦ ଉସମାନ ହରଭଜନ ସିଂହ ହାତରେ କ୍ୟାଚ୍‌ ଆଉଟ୍ ହୋଇଥିଲେ।

ପୂର୍ବରୁ ଏୟାର ଇଣ୍ଡିଆ, ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳିଥିବା ନେଗୀ ଏବେ ଆଇପିଏଲ ପାଇଁ ଦିଲ୍ଲୀ ଡୟାରଡେଭିଲ୍ସରେ ସ୍ଥାନ ପାଇଛନ୍ତି। ସେ ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳରେ ମଧ୍ୟ  ଭାରତୀୟ ଦଳରେ ସଦସ୍ୟ ଅଛନ୍ତି।

Related story