ଟିମ୍ ଇଣ୍ଡିଆର କ୍ରମାଗତ ଦ୍ୱାଦଶ ସିରିଜ୍ ବିଜୟ

କୋଲକାତା: ଇଡେନ୍ ଗାର୍ଡେନ୍ସରେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଇନିଂସ୍ ଓ ୧୩୦ ରନରେ ଜିତିଥିଲା। ଦିବାରାତ୍ର ଫର୍ମାଟରେ ଖେଳାଯାଇଥିବା ଏହି ଟେଷ୍ଟର ତୃତୀୟ ଦିବସରେ ଭାରତକୁ ବିଜୟ ପାଇଁ ୪ ୱିକେଟ୍ ଆବଶ୍ୟକ ହେଉଥିଲା। ଆୟୋଜକ […]

india1

india1

Ranjit Kumar Jena
  • Published: Sunday, 24 November 2019
  • Updated: 24 November 2019, 06:06 PM IST

Sports

Latest News

କୋଲକାତା: ଇଡେନ୍ ଗାର୍ଡେନ୍ସରେ ଟିମ୍ ଇଣ୍ଡିଆ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଇନିଂସ୍ ଓ ୧୩୦ ରନରେ ଜିତିଥିଲା। ଦିବାରାତ୍ର ଫର୍ମାଟରେ ଖେଳାଯାଇଥିବା ଏହି ଟେଷ୍ଟର ତୃତୀୟ ଦିବସରେ ଭାରତକୁ ବିଜୟ ପାଇଁ ୪ ୱିକେଟ୍ ଆବଶ୍ୟକ ହେଉଥିଲା। ଆୟୋଜକ ଦଳ ପ୍ରଥମ ଘଣ୍ଟାରେ ମ୍ୟାଚକୁ ଜିତି ନେଇଥିଲା। ଏହି ବିଜୟ ସହ ଭାରତ ଟେଷ୍ଟ ଚାମ୍ପିୟନଶିପରେ ତା'ର ଅପରାଜେୟ ରେକର୍ଡ କାଏମ ରଖିଛି। ଭାରତ ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ମଜଭୁତ୍ ରହିଛି। ୯ ଟିମକୁ ନେଇ ଆୟୋଜିତ ଏହି ଚାମ୍ପିୟନଶିପରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଭାରତ ପରେ ଅଷ୍ଟ୍ରେଲିଆ ୧୧୬ ପଏଣ୍ଟ ସହ ଦ୍ୱିତୀୟ ଏବଂ ନ୍ୟୁଜିଲ୍ୟାଣ୍ଡ୍ ୬୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

ତୃତୀୟ ଦିବସରେ ଉମେଶ ଯାଦବ ୩ ୱିକେଟ୍ ନେଇଥିବା ବେଳେ ମହମଦୁଲ୍ଲା ରିଟାୟର୍ଡ ହର୍ଟ ହୋଇ ମଇଦାନକୁ ଫେରିନଥିଲେ। ଏହିପରି ଭାବେ ବାଂଲାଦେଶର ଦ୍ୱିତୀୟ ଇନିଂସ୍ ୪୧.୧ ଓଭରରେ ୧୯୫ ରନରେ ସୀମିତ ରହିଥିଲା। ଭାରତ ବାଂଲାଦେଶକୁ ପ୍ରଥମ ଇନିଂସରେ ୧୦୬ ରନରେ ଅଲଆଉଟ୍ କରିବା ପରେ ଦ୍ୱିତୀୟ ଦିନରେ ୯ ୱିକେଟ୍ ହରାଇ ୩୪୭ ରନ୍ କରି ତା'ର ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ଈଶାନ୍ତ ଶର୍ମା ଏହି ଦିବାରାତ୍ର ଟେଷ୍ଟରେ ମୋଟ ୯ ୱିକେଟ୍ ନିଜ ନାଁରେ କରିଛନ୍ତି।

ଦ୍ୱିତୀୟ ଇନିଂସରେ ବାଂଲାଦେଶ ପକ୍ଷରୁ ସିନିୟର ବ୍ୟାଟ୍ସମ୍ୟାନ୍ ମୁଶଫିକର ରହିମ୍ ଏକାକୀ ଲଢ଼ିଥିଲେ। ରହିମ୍ ୭୪ ରନର ପ୍ରମୁଖ ଯୋଗଦାନ କରିଥିଲେ, କିନ୍ତୁ ନିଜ ଟିମକୁ ପରାଜୟରୁ ରକ୍ଷା କରିପାରିନଥିଲେ। ରହିମଙ୍କ ପୂର୍ବରୁ ଆଜି ଦିନର ପ୍ରଥମ ୱିକେଟ୍ ଭାବେ ଇବାଦତ୍ ହୁସେନ୍ (୦)ଙ୍କୁ ଉମେଶ ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ତିମ ୱିକେଟ୍ ଭାବେ ଅଲ-ଆମିନ୍ ହୁସେନ୍ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଇନିଂସରେ ଉମେଶ ୫ଟି ଓ ଈଶାନ୍ତ ୪ଟି ୱିକେଟ୍ ନେଇଥିଲେ।

ବାଂଲାଦେଶକୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଇନିଂସ୍ ପରାସ୍ତ କରି ଭାରତ ଯେଉଁ ଉପଲବ୍ଧି ନିଜ ନାଁରେ କରିଛି, ତାହା ବିଶ୍ୱର କୌଣସି ଟିମ୍ କରିନାହାନ୍ତି। ଘରୋଇ ମାଟିରେ ଭାରତୀୟ ଟିମର ଏହା କ୍ରମାଗତ ଦ୍ୱାଦଶ ସିରିଜ୍ ବିଜୟ। ଭାରତ ପରେ ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ ରହିଛି। ଅଷ୍ଟ୍ରେଲିଆ ତା'ର ଘରୋଇ ମାଟିରେ ଲଗାତାର ୧୦ଟି ଟେଷ୍ଟ ସିରିଜ୍ ନିଜ ନାଁରେ କରି ରେକର୍ଡ ସ୍ଥାପନ କରିଥିଲା। ଇଂଲଣ୍ଡଠାରୁ ୨୦୧୨ରେ ଘରୋଇ ମାଟିରେ ସିରିଜ୍ ହାରିବା ପରେ ଭାରତ ଆଉ କୌଣସି ସିରିଜ୍ ହାରିନାହିଁ। ଭାରତର ବିଜୟଧାରା ଏପର୍ଯ୍ୟନ୍ତ ଜାରି ରହିଛି।

ଭାରତ ନିଜ ମାଟିରେ ୧୨ ଟେଷ୍ଟ ସିରିଜରେ ମୋଟ ୩୪ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ୨୮ଟିରେ ବିଜୟୀ ହୋଇଛି। ତେବେ ଗୋଟିଏ ଟେଷ୍ଟ ହାରିଥିବା ବେଳେ ୫ଟି ଡ୍ର' ରହିଛି। ଲଗାତାର ସର୍ବାଧିକ ଘରୋଇ ସିରିଜ ବିଜୟରେ ଅନ୍ୟ ଟିମ୍ ତୁଳନାରେ ଭାରତର ସବୁଠାରୁ କମ୍ ମ୍ୟାଚ୍ ହାରିଛି। ଅଷ୍ଟ୍ରେଲିଆ ତା' ମାଟିରେ ଲଗାତାର ୧୦ ଟେଷ୍ଟ ସିରିଜ୍ ବିଜୟରେ ୨୭ଟି ମ୍ୟାଚରୁ ୨୦ଟି ବିଜୟୀ ହୋଇଥିବା ବେଳେ ୨ଟିରେ ହାରିଛି।

ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଲଗାତାର ସିରିଜ୍ ବିଜୟର ଅଭିଯାନ
୧. ବନାମ ଅଷ୍ଟ୍ରେଲିଆ: ଭାରତ ୪-୦ (୪ ମ୍ୟାଚ)ରେ ବିଜୟୀ, ଫେବୃଆରୀ ୨୦୧୩
୨. ବନାମ ୱେଷ୍ଟଇଣ୍ଡିଜ୍‌: ଭାରତ ୨-୦ (୨ ମ୍ୟାଚ୍‌)ରେ ବିଜୟୀ, ନଭେମ୍ବର ୨୦୧୩
୩. ବନାମ ଦକ୍ଷିଣ ଆଫ୍ରିକା: ଭାରତ ୩-୦ (୪ ମ୍ୟାଚ୍‌)ରେ ବିଜୟୀ, ନଭେମ୍ବର ୨୦୧୫
୪. ବନାମ ନ୍ୟୁଜିଲ୍ୟାଣ୍ଡ୍‌: ଭାରତ ୩-୦ (୩ ମ୍ୟାଚ୍‌)ରେ ବିଜୟୀ, ସେପ୍ଟେମ୍ବର ୨୦୧୬
୫. ବନାମ ଇଂଲଣ୍ଡ: ଭାରତ ୪-୦ (୫ ମ୍ୟାଚ୍‌)ରେ ବିଜୟୀ, ନଭେମ୍ବର ୨୦୧୬
୬. ବନାମ ବାଂଲାଦେଶ: ୧-୦ (୧ ମ୍ୟାଚ୍‌)ରେ ବିଜୟୀ, ଫେବୃଆରୀ ୨୦୧୭
୭. ବନାମ ଅଷ୍ଟ୍ରେଲିଆ: ଭାରତ ୨-୧ (୪)ରେ ବିଜୟୀ, ଫେବୃଆରୀ ୨୦୧୭
୮. ବନାମ ଶ୍ରୀଲଙ୍କା: ଭାରତ ୧-୦ (୩ ମ୍ୟାଚ୍‌)ରେ ବିଜୟୀ, ନଭେମ୍ବର ୨୦୧୮
୯. ବନାମ ଆଫଗାନିସ୍ତାନ: ଭାରତ ୧-୦ (୧ ମ୍ୟାଚ୍‌)ରେ ବିଜୟୀ, ଜୁନ୍ ୨୦୧୮
୧୦. ବନାମ ୱେଷ୍ଟଇଣ୍ଡିଜ୍‌: ଭାରତ ୨-୦ (୨ ମ୍ୟାଚ୍‌)ରେ ବିଜୟୀ, ଅକ୍ଟୋବର ୨୦୧୮
୧୧. ବନାମ ଦକ୍ଷିଣ ଆଫ୍ରିକା: ଭାରତ ୩-୦ (୩ ମ୍ୟାଚ୍‌)ରେ ବିଜୟୀ, ଅକ୍ଟୋବର ୨୦୧୯
୧୨. ବନାମ ବାଂଲାଦେଶ: ଭାରତ ୨-୦ (ଦୁଇ ମ୍ୟାଚ୍‌)ରେ ବିଜୟୀ, ନଭେମ୍ବର ୨୦୧୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story