ଦିଲ୍ଲୀ ପିଙ୍କାଥୋନ୍‌ରେ ଭାଗ ନେଲେ ୯୦୦୦ ମହିଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ପିଙ୍କାଥୋନ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗର ୯,୦୦୦ରୁ ଅଧିକ ମହିଳା ଯୋଗଦେଇଥିଲେ। ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଜୀବନଶୈଳୀ ସମ୍ପର୍କରେ ସଚେତନତା ପାଇଁ ଏହି ପିଙ୍କାଥୋନ୍‌ର ଆୟୋଜନ କରାଯାଇଥିଲା। ଏଥିରେ ସୁପର ମଡେଲ, ଅଭିନେତା, ଅତି ଫିଟ୍‌ନେସ ମନ୍ତ୍ର ଦେଉଥିବା ଯୁବ ଦୌଡ଼ାଳି ଏବଂ ପିଙ୍କାଥୋନ୍‌ର ପ୍ରତିଷ୍ଠାତା ମିଲିନ୍ଦ ସୋମନ୍‌ ପ୍ରମୁଖ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ।  ପିଙ୍କାଥୋନ୍‌ରେ ୩୦ ଜଣ ଦୃଷ୍ଟିହୀନ ଓ ୪୮ ଜଣ ଭିନ୍ନକ୍ଷମ ବାଳିକା ଭାଗ […]

Pinkathon-Empowering-In

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 04:49 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ପିଙ୍କାଥୋନ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗର ୯,୦୦୦ରୁ ଅଧିକ ମହିଳା ଯୋଗଦେଇଥିଲେ। ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଜୀବନଶୈଳୀ ସମ୍ପର୍କରେ ସଚେତନତା ପାଇଁ ଏହି ପିଙ୍କାଥୋନ୍‌ର ଆୟୋଜନ କରାଯାଇଥିଲା। ଏଥିରେ ସୁପର ମଡେଲ, ଅଭିନେତା, ଅତି ଫିଟ୍‌ନେସ ମନ୍ତ୍ର ଦେଉଥିବା ଯୁବ ଦୌଡ଼ାଳି ଏବଂ ପିଙ୍କାଥୋନ୍‌ର ପ୍ରତିଷ୍ଠାତା ମିଲିନ୍ଦ ସୋମନ୍‌ ପ୍ରମୁଖ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ।

 ପିଙ୍କାଥୋନ୍‌ରେ ୩୦ ଜଣ ଦୃଷ୍ଟିହୀନ ଓ ୪୮ ଜଣ ଭିନ୍ନକ୍ଷମ ବାଳିକା ଭାଗ ନେଇତିଲେ।

Related story