ଟୋକିଓ ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ଭାରତ ମାତ୍ର ୨ଟି ପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ଆକ୍ସନ ପ୍ଲାନ ଓ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ କିଛି ବିଶେଷଜ୍ଞଙ୍କୁ ନେଇ ଏହି ଟିମ୍‌ କାର୍ଯ୍ୟ ଆରମ୍ଭ କରିବ ବୋଲି ମୋଦି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,“୨୦୨୦,୨୦୨୪ ଓ ୨୦୨୮ ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ମୁଁ […]

modipm

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 07:12 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ଭାରତ ମାତ୍ର ୨ଟି ପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ଆକ୍ସନ ପ୍ଲାନ ଓ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା କିଛି ଦିନ ମଧ୍ୟରେ କିଛି ବିଶେଷଜ୍ଞଙ୍କୁ ନେଇ ଏହି ଟିମ୍‌ କାର୍ଯ୍ୟ ଆରମ୍ଭ କରିବ ବୋଲି ମୋଦି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,“୨୦୨୦,୨୦୨୪ ଓ ୨୦୨୮ ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଖୁବଶୀଘ୍ର ଏକ ଟିମ୍‌ ଗଠନ କରାଯାଇ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ଏହି ଟାକ୍ସଫୋର୍ସ ଖେଳାଳିଙ୍କ ପାଇଁ ସୁବିଧା ସୁଯୋଗ, ଟ୍ରେନିଂ ଓ ରଣକୌଶଳ ପ୍ରସ୍ତୁତ କରିବ।”

ଭାରତ ରିଓ ଅଲିମ୍ପିକ୍‌ ପାଇଁ ୧୧୮ ଜଣ ପ୍ରତିଯୋଗୀଙ୍କୁ ପଠାଇଥିଲା। ବ୍ୟାଡମିଣ୍ଟନ୍‌ରେ ପିଭି ସିନ୍ଧୁ  ସିଲଭର ହାସଲ କରିଥିବା ବେଳେ ସାକ୍ଷୀ ମଲିକ ମହିଳା କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିଲେ। ଭାରତ ମେଡାଲ ଟାଲିରେ ୬୭ତମ ସ୍ଥାନରେ ରହି ଅଲିମ୍ପିକ୍‌ ଯାତ୍ରା ଶେଷ କରିଥିଲା।

Related story