Advertisment

ଏସୀୟ କ୍ରୀଡ଼ା: ୪୧ ବର୍ଷର ଅପେକ୍ଷାର ଅନ୍ତ, ବ୍ରୋଞ୍ଜ ଜିତିଲେ ପ୍ରଣୟ

ଭାରତର ମୋଟ ପଦକ ସଂଖ୍ୟା ୮୮ରେ ପହଞ୍ଚିଥିବା ବେଳେ ତା’ ମଧ୍ୟରେ ୨୧ଟି ସ୍ୱର୍ଣ୍ଣ ପଦକ, ୩୨ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଚ ପଦକ ରହିଛି।

ଅଦ୍ୟତନ ହୋଇଛି
Prannoy

Prannoy

Advertisment

ଚଳିତ ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଏଚ୍‌ଏସ୍‌ ପ୍ରଣୟ। ଏହା ସହିତ ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ଏକକ ବର୍ଗରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ।

Advertisment

ଏହା ପୂର୍ବରୁ ୪୧ ବର୍ଷ ତଳେ ଅର୍ଥାତ୍ ୧୯୮୨ ମସିହାରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ସୈୟଦ ମୋଦି।

ସେମି ଫାଇନାଲକୁ ଉନ୍ନୀତ ହୋଇଥିଲେ ପ୍ରଣୟ। ତେବେ ଜୀନର ଲି ଶି ଫେଙ୍ଗଙ୍କ ଠାରୁ ୧୬-୨୧, ୯-୨୧ରେ ହାରି ଯାଇଥିଲେ।

Advertisment

ଭାରତର ମୋଟ ପଦକ ସଂଖ୍ୟା ୮୮ରେ ପହଞ୍ଚିଥିବା ବେଳେ ତା’ ମଧ୍ୟରେ ୨୧ଟି ସ୍ୱର୍ଣ୍ଣ ପଦକ, ୩୨ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଚ ପଦକ ରହିଛି।

ସୂଚନାଯୋଗ୍ୟ, ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ମଧ୍ୟ ଚଳିତ ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିଲା। ୧୯୮୬ ପରେ ଦଳ ଏଥର ପଦକ ଜିତିବାକୁ ସମର୍ଥ ହୋଇଥିଲା। ଟିମ୍‌ ଇଭେଣ୍ଟର ଫାଇନାଲରେ ହାରି ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା। 

Asian Games Asian Games 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe