'ଭାରତ ରତ୍ନ' ପାଇଁ ବଲବୀର ସିଂହଙ୍କ ନାଁ ସୁପାରିସ୍

ଚଣ୍ଡିଗଡ଼: ଭାରତର କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂହ(ସିନିୟର)ଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆବେଦନ କରିଛନ୍ତି। ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତିନିଥର ଅଲିମ୍ପିକ୍ ପଦକ ବିଜେତା ବଲବୀର ସିଂହଙ୍କୁ ଏହି ସମ୍ମାନ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଗୁରୁବାର ଅମରିନ୍ଦର ଟ୍ୱିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ସେ ମଧ୍ୟ ଏହି ଟ୍ୱିଟରେ […]

hockey

hockey

Ranjit Kumar Jena
  • Published: Thursday, 22 August 2019
  • Updated: 22 August 2019, 06:39 PM IST

Sports

Latest News

ଚଣ୍ଡିଗଡ଼: ଭାରତର କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂହ(ସିନିୟର)ଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'ରେ ସମ୍ମାନିତ କରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆବେଦନ କରିଛନ୍ତି। ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତିନିଥର ଅଲିମ୍ପିକ୍ ପଦକ ବିଜେତା ବଲବୀର ସିଂହଙ୍କୁ ଏହି ସମ୍ମାନ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଗୁରୁବାର ଅମରିନ୍ଦର ଟ୍ୱିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ସେ ମଧ୍ୟ ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି।


ସୂଚନାଯୋଗ୍ୟ, ଗତମାସରେ ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେଶନ୍ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର୍)ରେ ଯୋଗଦେବା ଅବସରେ ବଲବୀର ସିଂହଙ୍କୁ ଖେଳରେ ଉଲ୍ଲେଖନୀୟ ସଫଳତା ପାଇଁ ମହାରାଜା ରଞ୍ଜିତ ସିଂହ ପୁରସ୍କାରରେ ସମ୍ମାନିତ କରିଥିଲେ। ସେହି ସମୟରେ ବଲବୀର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ଅର୍ଥରାଶିର ସହାୟତା ପ୍ରଦାନ କରିଥିଲେ। ୯୪ ବର୍ଷୀୟ ବଲବୀର ସିଂହଙ୍କ ନାମରେ ଏକାଧିକ କୀର୍ତ୍ତିମାନ ରହିଛି।

ବଲବୀର ୧୯୪୮ରେ ଲଣ୍ଡନ, ୧୯୫୨ରେ ହେଲସିଙ୍କି ଏବଂ ୧୯୫୬ରେ ମେଲବର୍ଣ୍ଣରେ ଆୟୋଜିତ ଅଲିମ୍ପିକ୍ସ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ସେ ମଧ୍ୟ ମେଲବର୍ଣ୍ଣ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର କ୍ୟାପଟେନ୍ ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍ ଟିମର ଧ୍ୱଜାବାହକ ମଧ୍ୟ ଥିଲେ। ଏହାବାଦ୍ ବଲବୀର୍ ୧୯୭୫ର ଐତିହାସିକ ହକି ବିଶ୍ୱକପ୍ ବିଜେତା ଭାରତୀୟ ଟିମର ମ୍ୟାନେଜର୍ ରହିଥିଲେ। ସୂଚନାଯୋଗ୍ୟ, ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ 'ଭାରତ ରତ୍ନ' ଦେବା ପାଇଁ ଦାବି କରାଯାଉଥିଲେ ହେଁ, ଏପର୍ଯ୍ୟନ୍ତ ତାଙ୍କୁ ଏହି ସମ୍ମାନ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos