Advertisment

Captain debate: ରୋହିତ ଶର୍ମାଙ୍କୁ ଅସମ୍ମାନିତ ଓ ଅପମାନିତ କରାଯାଇଛି!

ଦିନିକିଆ ଦଳର ନେତୃତ୍ୱ ଶୁବମନ ଗିଲଙ୍କୁ ଦିଆଯାଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଗିଲଙ୍କୁ କରାଯାଇଛି ଦଳର ନୂଆ ଅଧିନାୟକ। ତେବେ ରୋହିତ ଶର୍ମାଙ୍କୁ ଏଭଳି ଭାବେ ଅଧିନାୟକ ପଦରୁ ହଟାଯିବା କଥାକୁ ତାଙ୍କ ଫ୍ୟାନଙ୍କ ସହିତ ଆହୁରି ଅନେକ ନାପସନ୍ଦ କରିଛନ୍ତି।

Rohit

ରୋହିତ ଶର୍ମା

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଚାରି ଦିନ ତଳେ ଦଳ ଘୋଷଣା କରିଛି ବିସିସିଆଇ। ଦିନିକିଆ ଦଳର ନେତୃତ୍ୱ ଶୁବମନ ଗିଲଙ୍କୁ ଦିଆଯାଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଗିଲଙ୍କୁ କରାଯାଇଛି ଦଳର ନୂଆ ଅଧିନାୟକ। ରୋହିତଙ୍କୁ ଟିମ୍‌ରେ ରଖାଯାଇଛି।  ତେବେ ତାଙ୍କୁ ଏଭଳି ଭାବେ ଅଧିନାୟକ ପଦରୁ ହଟାଯିବା କଥାକୁ ତାଙ୍କ ଫ୍ୟାନଙ୍କ ସହିତ ଆହୁରି ଅନେକ ନାପସନ୍ଦ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟର ମନୋଜ ତିୱାରୀ। ସେ ଖୋଲାଖୋଲି ଭାବେ ବିସିସିଆଇ ଓ ଚୟନ କମିଟି ଉପରେ ତାଙ୍କ ଅସନ୍ତୋଷ ଝାଡ଼ିଛନ୍ତି। ରୋହିତ ଶର୍ମାଙ୍କୁ ଅପମାନିତ କରାଯାଇଛି ବୋଲି ସେ କହିଛନ୍ତି। 

Advertisment

ମନୋଜ ତିୱାରୀ କହିଛନ୍ତି, ଏଭଳି ଏକ ପଦକ୍ଷେପ ପଛର ମୁଖ୍ୟ କାରଣ ସଂପର୍କରେ ବର୍ତ୍ତମାନ ସ୍ଥିତିରେ କହିବା ମୁସ୍କିଲ। କିନ୍ତୁ ଯାହା ଘଟିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ମୁଁ ଭାବୁଛି ଯେ ଏହା ରୋହିତ ଶର୍ମାଙ୍କୁ ଅସମ୍ମାନିତ କରିବାର ଏକ ସ୍ପଷ୍ଟ ସଙ୍କେତ। ତାଙ୍କୁ ଅପମାନିତ କରାଯାଇଛି। ଦଳ ପ୍ରତି ତାଙ୍କର ପ୍ରଚୁର ଅବଦାନ ରହିଛି। ତାଙ୍କଠାରୁ ଅଧିନାୟକ ଦାୟିତ୍ୱ କାଢ଼ିନିଆଯିବା ପଛରେ ମୁଁ କୌଣସି ବୈଧ କାରଣ ଦେଖୁ ନାହିଁ। ଯେତେବେଳେ ଜଣଙ୍କୁ ଅଧିନାୟକ କରାଯାଉଛି, ଆପଣମାନେ ତାଙ୍କଠାରୁ କ’ଣ ଆଶା କରନ୍ତି? ଆପଣମାନେ ଫଳାଫଳ ଆଶା କରନ୍ତି। ସେ ସେହି ଫଳାଫଳ ଦେଇଛନ୍ତି।

ସେ କହିଛନ୍ତି, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଛି। ଦିନିକିଆ ବିଶ୍ୱକପ୍‌ରେ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା ଦଳ। ଜଣେ ଅଧିନାୟକ ଓ ଜଣେ ଖେଳାଳି ଭାବେ ତାଙ୍କ ପ୍ରଦର୍ଶନ ହିଁ ସବୁ କହି ଦେଇଛି। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ସେ ପ୍ଲେୟର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ତେଣୁ, ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ। ମୁଁ ସତରେ ବିଶ୍ୱାସ କରେ ଯେ ସେ ଆହୁରି ଅଧିକ ସମ୍ମାନର ହକଦାର।  

Advertisment

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପ୍ରକ୍ରିୟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିବା ମନୋଜ ତିୱାରୀ ପରୋକ୍ଷରେ ଏଥିପାଇଁ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହା ପଛରେ ସମ୍ଭବତଃ ତାଙ୍କର ହାତ ଥାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି। ମନୋଜ ତିୱାରୀ କହିଛନ୍ତି, ମୁଁ ଭାବୁଛି ଏହା ପଛରେ କେବଳ ଗୋଟିଏ ସମ୍ଭାବ୍ୟ କାରଣ ଥାଇପାରେ। ବର୍ତ୍ତମାନ ଯିଏ ଦଳ ଚଲାଉଛନ୍ତି ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେବଳ ଯୁବ ଖେଳାଳିମାନେ ତାଙ୍କ ଅଧୀନରେ ରୁହନ୍ତୁ ବୋଲି ଚାହୁଁଛନ୍ତି। ତା’ହେଲେ ସବୁ କଥା ତାଙ୍କ ନିୟନ୍ତ୍ରଣରେ ରହିପାରିବ। 

ସୂଚନାଯୋଗ୍ୟ, ରୋହିତ ଶର୍ମା ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe