ସେପାଙ୍ଗ ସର୍କିଟ (ମାଲେସିଆ): ଇତିହାସ ରଚିଛନ୍ତି ଭାରତୀୟ ଯୁବ ରେସର ଶାହାନ୍ ଅଲ୍ଲୀ ମହସୀନ୍। ସେ ଆଜି ପ୍ରଥମ ଭାରତୀୟ ଭାବେ ଏସିଆନ୍ କାର୍ଟିଂ ଚାମ୍ପିଅନ୍ସିପ୍କୁ ଜିତିନେଇଛନ୍ତି।
ଖାଦ୍ୟରେ ବିଷକ୍ରିୟା ହେବା କାରଣରୁ ଫାଇନାଲ ସପ୍ତାହର ୨ ଦିନ ଟ୍ରାକ୍ ମିସ୍ କରିଥିବା ଏହି ୧୨ ବର୍ଷୀୟ କିଶୋର ଜଣକ ଆଜି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏସିଆନ୍ କାର୍ଟିଂ ଚାମ୍ପିଅନ୍ସିପ୍ ଟାଇଟଲ ଜିତି ନେଇଛନ୍ତି।
ଆଗକୁ ହେବାକୁ ଥିବା ଜେକେ ଟାୟାର ନ୍ୟାସନାଲ ରୋଟାକ୍ସ ମ୍ୟାକ୍ସ କାର୍ଟିଂ ଚାମ୍ପିଅନ୍ସିପ୍ ଜିତିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ଆସନ୍ତା ୨୫ ତାରିଖରେ ହେବ ଏହାର ଫାଇନାଲ ରାଉଣ୍ଡ ଖେଳାଯିବ।