Advertisment

କିଶୋର ଜେନାଙ୍କ ପାଇଁ ପୁରସ୍କାର ଘୋଷଣା, ମିଳିବ ୨୫ ଲକ୍ଷ ଟଙ୍କା

ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ କିଶୋର ଜେନା।

ଅଦ୍ୟତନ ହୋଇଛି
Kishore Jena

Kishore Jena

Advertisment

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିଥିବା ଜାଭଲିନ ଥ୍ରୋୟର କିଶୋର ଜେନାଙ୍କୁ ପୁରସ୍କାର ସ୍ୱରୂପ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

Advertisment

ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ କିଶୋର ଜେନା। ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଗତକାଲି ଅନୁଷ୍ଠିତ ହୋଇଥିଲା ଫାଇନାଲ। ପଦକ ଜିତି ପାରି ନଥିଲେ ମଧ୍ୟ ସେ ନିରାଶ କରି ନଥିଲେ। ତାଙ୍କ ପ୍ରଦର୍ଶନ ବେଶ୍‌ ଭଲ ଥିଲା। ସେ ୮୪.୭୭ ମିଟର ଜାଭଲିନ ପିଙ୍ଗି ପଞ୍ଚମ ସ୍ଥାନରେ ରହିଥିଲେ। ଏହା କିଶୋର ଜେନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବୁଦାପେଷ୍ଟରେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅସାଧାରଣ ପ୍ରଦର୍ଶନ ଆମ ରାଜ୍ୟ ଓ ଦେଶ ପାଇଁ କେବଳ ଗୌରବ ଆଣି ଦେଇ ନାହିଁ, ଆଗାମୀ ବର୍ଷଗୁଡ଼ିକରେ ଏହା ଅନେକ ଆଥ୍‌ଲେଟ୍‌ସଙ୍କୁ ପ୍ରେରଣା ଯୋଗାଇବ।

Advertisment

ସୂଚନାଯୋଗ୍ୟ, ଗତକାଲି ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଜାଭଲିନ ଫାଇନାଲରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା।

World Athletics Championship Kishore Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe