ସ୍ୱିସ୍‌ ଓପନ୍‌ରୁ ସାଇନାଙ୍କ ବିଦାୟ, ଫାଇନାଲ୍‌ରେ ପ୍ରଣୟ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ବାସେଲ୍‌ରେ ଚାଲିଥିବା ସ୍ୱିସ୍‌ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରୁ ବିଦା ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ। ସେ ସେମି ଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଗତକାଲି ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ସାଇନା ଚୀନର ୟିହାନ ୱାଙ୍ଗଙ୍କଠାରୁ ୧୧-୨୧,୧୯-୨୧ରେ ହାରି ଯାଇଛନ୍ତି। ଏହି ବିଜୟ ସହ ୱାଙ୍ଗ ସାଇନାଙ୍କୁ ୧୦ ଥର ପରାଜିତ କରି ସାରିଲେଣି। ଅନ୍ୟପକ୍ଷରେ ସାଇନା ତାଙ୍କୁ ମାତ୍ର ୪ ଥର ପରାସ୍ତ […]

Saina Nehwal crashes out of Swiss Open

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 12:08 PM IST

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ବାସେଲ୍‌ରେ ଚାଲିଥିବା ସ୍ୱିସ୍‌ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରୁ ବିଦା ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ। ସେ ସେମି ଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଗତକାଲି ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ସାଇନା ଚୀନର ୟିହାନ ୱାଙ୍ଗଙ୍କଠାରୁ ୧୧-୨୧,୧୯-୨୧ରେ ହାରି ଯାଇଛନ୍ତି।

ଏହି ବିଜୟ ସହ ୱାଙ୍ଗ ସାଇନାଙ୍କୁ ୧୦ ଥର ପରାଜିତ କରି ସାରିଲେଣି। ଅନ୍ୟପକ୍ଷରେ ସାଇନା ତାଙ୍କୁ ମାତ୍ର ୪ ଥର ପରାସ୍ତ କରିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ଏଚ୍‌ଏସ୍ ପ୍ରଣୟ ଫାଇନାଲ୍‌ରେ ପହଞ୍ଚିଛନ୍ତି।  ଗତକାଲି  ଚାଇନିଜ୍‌ ତାଇପେଇର ଜୁ ୱେଇ ୱାଙ୍ଗଙ୍କୁ ୧୨-୨୧, ୨୧-୧୪, ୨୩-୨୧ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଛନ୍ତି।

Related story