ସାନିଆ ଜିତିଲେ ପ୍ରଥମ ମହିଳା ଡବଲ୍ସ ଗ୍ରାଣ୍ଡସ୍ଲାମ୍

ଲଣ୍ଡନ: ତିନି ଥର ମିକ୍ସଡ୍ ଡବଲ୍ସ ବା ମିଶ୍ରିତ ଯୁଗଳ ଗ୍ରାଣ୍ଡସ୍ଲାମ୍ ଜିତି ଥିବା ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କର ଆଉ ଏକ ସ୍ୱପ୍ନ ସାକାର ହୋଇଛି। ଜୀବନର ପ୍ରଥମ ମହିଳା ଯୁଗଳ ବା ମହିଳା ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କରିଛନ୍ତି ସେ।  ଶନିବାର ୱିମ୍ବଲଡନ୍ ମହିଳା ଯୁଗଳ ଟାଇଟଲ ହାତେଇ ସେ ପାଇଛନ୍ତି ଏହି ସଫଳତା। ଆଉ ଏହା ସହିତ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଜିତିବାରେ ସାନିଆ ପାଲଟି ଯାଇଛନ୍ତି ଭାରତର ପ୍ରଥମ ମହିଳା।

saniahingis

saniahingis

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 02:13 AM IST

Sports

Latest News

ଲଣ୍ଡନ: ତିନି ଥର ମିକ୍ସଡ୍ ଡବଲ୍ସ ବା ମିଶ୍ରିତ ଯୁଗଳ ଗ୍ରାଣ୍ଡସ୍ଲାମ୍ ଜିତି ଥିବା ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କର ଆଉ ଏକ ସ୍ୱପ୍ନ ସାକାର ହୋଇଛି। ଜୀବନର ପ୍ରଥମ ମହିଳା ଯୁଗଳ ବା ମହିଳା ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କରିଛନ୍ତି ସେ।  ଶନିବାର ୱିମ୍ବଲଡନ୍ ମହିଳା ଯୁଗଳ ଟାଇଟଲ ହାତେଇ ସେ ପାଇଛନ୍ତି ଏହି ସଫଳତା। ଆଉ ଏହା ସହିତ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଜିତିବାରେ ସାନିଆ ପାଲଟି ଯାଇଛନ୍ତି ଭାରତର ପ୍ରଥମ ମହିଳା।

sania

ସ୍ୱିଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳିଥିବା ସାନିଆ ୱିମ୍ବଲଡନର ଫାଇନାଲରେ ଋଷୀୟ ଯୋଡ଼ି ଏକାଟେରିନା ମକରୋଭା ଓ ଏଲିନା ଭେସନିନାଙ୍କୁ ପରାସ୍ତ କରି ଜିତି ଥିଲେ ଏହି ଟାଇଟଲ। ୨ ଘଣ୍ଟା ୪୭ ମିନିଟ୍ ଧରିଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସାନିଆ-ହିଙ୍ଗିସ୍ ଯୋଡ଼ି ପ୍ରତିପକ୍ଷକୁ ୫-୭, ୭-୬,୭-୫ରେ ପରାସ୍ତ କରିଥିଲେ। ଟପ୍ ସିଡ୍ ସାନିଆ-ହିଙ୍ଗିସ୍ ଯୋଡ଼ି ଦ୍ୱିତୀୟ ମାନ୍ୟତାପ୍ରାପ୍ତ ମକରୋଭା-ଭେସନିନାଙ୍କ ବିପକ୍ଷରେ ପ୍ରଥମ ସେଟରେ ୫-୭ରେ ହାରିଯାଇଥିଲେ। ହେଲେ ଦ୍ୱିତୀୟ ସେଟରେ ସେମାନେ ପୁଣି ରିଦିମକୁ ଫେରିଥିଲେ ଓ ଏହାକୁ ୭-୬ରେ ଜିତି ଥିଲେ। ଆଉ ମ୍ୟାଚରେ ବିଜୟ ହେବା ଆଶାକୁ ବଞ୍ଚାଇ ରଖିଥିଲେ। ତୃତୀୟ ସେଟକୁ ଏହି ଯୋଡ଼ି ୭-୫ରେ ଜିତିବା ସହିତ ୱିମ୍ବଲଡନ୍ ଟାଇଟଲକୁ କରାୟତ କରିଥିଲେ।

ଶୁକ୍ରବାର ସେମି ଫାଇନାଲରେ ୫ମ ସିଡର ଆମେରିକୀୟ ଯୋଡ଼ି ରାକୁଏଲ କପ୍ସ-ଜୋନ୍ସ ଓ ଅବିଗୈଲ ସ୍ୱିୟରସଙ୍କୁ ୬-୧,୬-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ସାନିଆ-ହିଙ୍ଗିସ୍। ହିଙ୍ଗିସଙ୍କ ସହିତ ଏହି ସେମି ଫାଇନାଲ୍ ଜିତି ସାନିଆ ଦ୍ୱିତୀୟ ଥର ପାଇଁ ମହିଳା ଡବଲ୍ସ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ସେ ୨୦୧୧ରେ ରୁଷର ଇଲିନା ଭେସନିନାଙ୍କୁ ସାଥୀ କରି ଫ୍ରେଞ୍ଚ ଓପନର୍ ଫାଇନାଲରେ ପହଞ୍ଚି ଥିଲେ। ତେବେ ଫାଇନାଲରେ ସେମାନେ ହାରି ଯାଇଥିଲେ।

ସାନିଆ ମିର୍ଜା ତିନୋଟି ମିକ୍ସଡ୍ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ସେ ୨୦୦୯ରେ ଅଷ୍ଟ୍ରେଲିଆନ୍ ଓପନ୍ ଓ ୨୦୧୨ରେ ଫ୍ରେଞ୍ଚ ଓପନ୍ ଜିତିଥିଲେ। ଏହି ଦୁଇଟିରେ ତାଙ୍କ ସାଥୀ ଥିଲେ ମହେଶ ଭୂପତି। ସେହିପରି ୨୦୧୪ରେ ବ୍ରୁନୋ ସୋଆରସେଙ୍କ ସହିତ ମିଶି ସାନିଆ ୟୁଏସ୍ ଓପନ୍ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos