କନେକ୍ଟିକଟ୍‌ ଟାଇଟଲ୍‌ ଜିତିଲେ ସାନିଆ-ମୋନିକା ଯୋଡ଼ି

ନ୍ୟୁ ହେଭେନ୍‌:  ସୋମବାରଠାରୁ ଆରମ୍ଭ ହେବାକୁ ଥିବା ୟୁଏସ୍‌ ଓପନ ପୂର୍ବରୁ ରୁମାନିଆର ମୋନିକା ନିକୁଲସ୍‌କ୍ୟୁ ଓ ଭାରତର ସାନିଆ ମିର୍ଜା ଯୋଡି ଆଜି କନେକ୍ଟିକଟ୍‌ ଟାଇଟେଲ୍‌ ହାତେଇଛନ୍ତି। ସାନିଆ-ମୋନିକା ଯୋଡି ୟୁକ୍ରେନ୍‌ର କାଟେରିନା ବୋନ୍ଧ୍ରାରେନ୍‌କୋ ଓ ତାଇୱାନ୍‌ର ଚୁଆଙ୍ଗ୍‌ ଛିଆ-ଝୁଙ୍ଗଙ୍କୁ ୭-୫,୬-୪ରେ ପରାସ୍ତ କରି ଏହି ଟାଇଟଲ୍‌ ହାତେଇଛନ୍ତି। ମାର୍ଟିନା ହିଙ୍ଗିସ୍‌ଙ୍କଠାରୁ ମୁହଁ ମୋଡିବା ପରେ ପ୍ରଥମ ବିଜୟ ହାସଲ କରିଛନ୍ତି ସାନିଆ। ସେ ଓ ତାଙ୍କ ନୂଆ ଯୋଡ଼ି ଆସନ୍ତା ୟୁଏସ୍‌ ଓପନରେ ମିଳିତ […]

sania-mirza-monica-niculescu

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 06:00 PM IST

ନ୍ୟୁ ହେଭେନ୍‌:  ସୋମବାରଠାରୁ ଆରମ୍ଭ ହେବାକୁ ଥିବା ୟୁଏସ୍‌ ଓପନ ପୂର୍ବରୁ ରୁମାନିଆର ମୋନିକା ନିକୁଲସ୍‌କ୍ୟୁ ଓ ଭାରତର ସାନିଆ ମିର୍ଜା ଯୋଡି ଆଜି କନେକ୍ଟିକଟ୍‌ ଟାଇଟେଲ୍‌ ହାତେଇଛନ୍ତି।

ସାନିଆ-ମୋନିକା ଯୋଡି ୟୁକ୍ରେନ୍‌ର କାଟେରିନା ବୋନ୍ଧ୍ରାରେନ୍‌କୋ ଓ ତାଇୱାନ୍‌ର ଚୁଆଙ୍ଗ୍‌ ଛିଆ-ଝୁଙ୍ଗଙ୍କୁ ୭-୫,୬-୪ରେ ପରାସ୍ତ କରି ଏହି ଟାଇଟଲ୍‌ ହାତେଇଛନ୍ତି।

ମାର୍ଟିନା ହିଙ୍ଗିସ୍‌ଙ୍କଠାରୁ ମୁହଁ ମୋଡିବା ପରେ ପ୍ରଥମ ବିଜୟ ହାସଲ କରିଛନ୍ତି ସାନିଆ। ସେ ଓ ତାଙ୍କ ନୂଆ ଯୋଡ଼ି ଆସନ୍ତା ୟୁଏସ୍‌ ଓପନରେ ମିଳିତ ଭାବେ ଖେଳିବେ। ୨୦୧୦ରେ ଏହି ଯୋଡି ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଏକାଠି ଖେଳି ବିଜୟୀ ହୋଇଥିଲେ।

Related story