୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ୍: ମିକ୍ସଡ୍ ଡବଲ୍ସରେ ସାଥିଆନ୍‌-ଅର୍ଚ୍ଚନାଙ୍କୁ ସ୍ୱର୍ଣ୍ଣ

କଟକ, (ଓଡ଼ିଶା ରିର୍ପୋଟର): ଜବାହରଲାଲ୍‌ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ଭାରତର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ଦଳଗତରେ ପୁରୁଷ ଓ ମହିଳାଙ୍କୁ ସ୍ୱର୍ଣ୍ଣ ମିଳିବା ପରେ ରବିବାର ମିକ୍ସଡ୍ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ଭାରତର ଜି.ସାଥିଆନ୍‌-ଅର୍ଚ୍ଚନା କାମଥଙ୍କ ଯୋଡି ୩-୦ (୧୧-୧, ୧୧-୭, ୧୧-୪)ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ଜୁଇ ଗୋଇ ଜୁଆନ୍‌ଙ୍କ ଯୋଡିକୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। […]

tt1

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 09:14 PM IST

କଟକ, (ଓଡ଼ିଶା ରିର୍ପୋଟର): ଜବାହରଲାଲ୍‌ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ଭାରତର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ଦଳଗତରେ ପୁରୁଷ ଓ ମହିଳାଙ୍କୁ ସ୍ୱର୍ଣ୍ଣ ମିଳିବା ପରେ ରବିବାର ମିକ୍ସଡ୍ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି।

ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ଭାରତର ଜି.ସାଥିଆନ୍‌-ଅର୍ଚ୍ଚନା କାମଥଙ୍କ ଯୋଡି ୩-୦ (୧୧-୧, ୧୧-୭, ୧୧-୪)ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ଜୁଇ ଗୋଇ ଜୁଆନ୍‌ଙ୍କ ଯୋଡିକୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ଏଥିପୂର୍ବରୁ ଖେଳାଯାଇଥିବା ସେମି ଫାଇନାଲ୍‌ରେ ଜି.ସାଥିଆନ୍‌-ଅର୍ଚ୍ଚନା କାମଥଙ୍କଠୁ ୩-୦ (୧୧-୨, ୧୧-୨, ୧୧-୯)ରେ ଅହିକା ମୁଖାର୍ଜୀ ଓ ହରମୀତ ଦେଶାଇ ଏବ˚ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ରୁଇ ଗୋଇ ଜୁଆନ୍‌ଙ୍କ ଯୋଡିଠୁ ୩-୨ ରେ ଶରତ କମଲ- ଶ୍ରେଜା ଆକୁଳାଙ୍କଠୁ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି।

ଉଦଯାପନୀ ସମାରୋହରେ ଡିସିପି ଅଖିଳେଶ୍ୱର ସି˚ହ, ସିଏମସି କମିଶନର ଅନନ୍ୟା ଦାସ, ରାଜ୍ୟଗୋଷ୍ଠୀ ମହାସ˚ଘ ସାଧାରଣ ସମ୍ପାଦକ ଏମ୍‌.ପି. ସି˚ହ ଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ।

ସୋମବାର ପ୍ରତିଯୋଗିତା ଉଦ୍‌ଯାପିତ ହେବାକୁଥିବାବେଳେ ପୁରୁଷ ଓ ମହିଳା ଯୁଗଳ ଏବ˚ ଏକକ ବିଭାଗର ସେମି ଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚଗୁଡିକ ଖେଳାଯିବ। ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଧିକ ମନ୍ତ୍ରୀ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି।

Related story