ହୃଦ୍‌ଘାତରେ ଚାଲିଗଲେ WWE ସୁପରଷ୍ଟାର୍‌ ରେସଲର୍‌

ୱାଶିଂଟନ: WWE ଚାମ୍ପିଅନ୍‌ ତଥା ଲିଜେଣ୍ଡ ରେସଲର୍‌ ସ୍କଟ୍‌ ହଲ ଆଉ ନାହାନ୍ତି। ମଙ୍ଗଳବାର ୬୩ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସ୍କଟ୍‌ ହଲ୍‌ଙ୍କୁ ତିନି ଥର ହୃଦ୍‌ଘାତ ହୋଇଥିଲା, ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାରେ ଏହି ସୁପରଷ୍ଟାର ଜଣକ ଆଖିବୁଜିଛନ୍ତି। ସ୍କଟ୍‌ ହଲ୍‌ WWE ସୁପରଷ୍ଟାର୍ସଙ୍କ ମଧ୍ୟରୁ ଜଣେ। ସେ ଦୁଇ ଥର ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଜିତିଛନ୍ତି। ୧୯୫୮ ମସିହାରେ ଆମେରିକାରେ ଜନ୍ମିତ ସ୍କଟ୍‌ ୧୯୯୧ରେ ୱାର୍ଲ୍ଡ ଚାମ୍ପିଅନ୍‌ […]

scott-hall

Madhupriya Mistry
  • Published: Wednesday, 16 March 2022
  • , Updated: 16 March 2022, 11:15 AM IST

ୱାଶିଂଟନ: WWE ଚାମ୍ପିଅନ୍‌ ତଥା ଲିଜେଣ୍ଡ ରେସଲର୍‌ ସ୍କଟ୍‌ ହଲ ଆଉ ନାହାନ୍ତି। ମଙ୍ଗଳବାର ୬୩ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସ୍କଟ୍‌ ହଲ୍‌ଙ୍କୁ ତିନି ଥର ହୃଦ୍‌ଘାତ ହୋଇଥିଲା, ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାରେ ଏହି ସୁପରଷ୍ଟାର ଜଣକ ଆଖିବୁଜିଛନ୍ତି।

ସ୍କଟ୍‌ ହଲ୍‌ WWE ସୁପରଷ୍ଟାର୍ସଙ୍କ ମଧ୍ୟରୁ ଜଣେ। ସେ ଦୁଇ ଥର ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଜିତିଛନ୍ତି। ୧୯୫୮ ମସିହାରେ ଆମେରିକାରେ ଜନ୍ମିତ ସ୍କଟ୍‌ ୧୯୯୧ରେ ୱାର୍ଲ୍ଡ ଚାମ୍ପିଅନ୍‌ ରେସ୍‌ଲିଂରେ ସାମିଲ ହୋଇଥିଲେ। ବର୍ଷ ୧୯୯୨ରେ ସ୍କଟ୍‌ଙ୍କୁ WWE ସାଇନ୍‌ କରିଥିଲା। ଏହାପରେ ସେ ରେଜର ରାମନ୍‌ ନାଁରେ ରିଙ୍ଗରେ ପରିଚିତ ହୋଇଥିଲେ।

WWEରେ ସ୍କଟ୍‌ ଚାରିଥର ଇଣ୍ଟରକଣ୍ଟିନେଣ୍ଟାଲ ଚାମ୍ପିଅନ୍‌ ହୋଇଛନ୍ତି। ୧୯୯୪ରେ ରେସଲମେନିଆରେ ସ୍କଟ୍‌ ଏବଂ ରେସଲର୍‌ ସନ୍‌ ମାଇକଲ୍ସ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ଏହା WWE ଇତିହାସର ସବୁଠୁ ଚର୍ଚ୍ଚିତ ମୁକାବିଲା ଥିଲା। ଏହି ମୁକାବଇଲା ସ୍କଟ ଜିତିଥିଲେ। ଏହି ଲଢ଼େଇ ପରେ  WWE ବ୍ୟବସାୟରେ ପରିବର୍ତ୍ତନ ଆଣିଥିଲା। WWEର ବ୍ୟବସାୟ ଢ଼େର ବଢ଼ିଯାଇଥିଲା। WWEରେ ସ୍କଟ୍‌ଙ୍କ ଯାତ୍ରା କେବଳ ୪ ବର୍ଷର ଥିଲା କାରଣ ଏହା ସେ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ରେସଲିଂ(WCW)ରେ ଯୋଗ ଦେଇଥିଲେ।

କୁହାଯାଉଛି ଯେ, ୧୯୮୦ରେ ସ୍କଟ ହଲ୍‌ ଲଢ଼େଇ ବେଳେ ଭୁଲ୍‌ରେ ଜଣେ ବ୍ୟକ୍ତିଙ୍କ ହତ୍ୟା କରିଦେଇଥିଲେ। ଏହି ଘଟଣା ପରେ ସେ ଅଦିକ ଡିପ୍ରେସ ହୋଇଯାଇଥିଲେ। ତାଙ୍କୁ ମଦ ଓ ଡ୍ରଗ୍ସ ଖାଇବା ଅଭ୍ୟାସ ଲାଗିଯାଇଥିଲା। ୧୯୯୦ରେ ସ୍କଟ୍‌ ଡାନା ଲି ବର୍ଗିୟୋଙ୍କୁ ବିବାହ କରିଥିଲେ। ତେବେ ୧୯୯୮ରେ ତାଙ୍କ ପତ୍ନୀ ଡାନା ଡ୍ରଗ୍ସ ସମ୍ବନ୍ଧୀୟ ମାମଲା ଯୋଗୁଁ ତାଙ୍କୁ ଛାଡପତ୍ର ଦେଇଥିଲେ।

ପରେ ୧୯୯୯ରେ ପୁଣି ଥରେ ସେ ଡାନାଙ୍କୁ ବିବାହ କରିଥିଲେ ତେବେ ୨୦୦୧ରେ ପୁଣି ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ୨୦୦୬ରେ ସ୍କଟ୍‌ ଜେସିକା ହାର୍ଟଙ୍କ ବିବାହ କରିଥିଲେ। ତେବେ ଏହି ବିବାହ ମଧ୍ୟ ଅଧିକ ଦିନ ତିଷ୍ଟି ନଥିଲା। ବର୍ଷକ ପରେ ଏହି ବିବାହ ଭାଙ୍ଗି ଯାଇଥିଲା।

Related story