ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌: ଆସନ୍ତାକାଲି ଭାରତ-ବାଂଲାଦେଶ ମୁକାବିଲା

ବେଙ୍ଗାଲୁରୁ: ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ରେ ଆସନ୍ତାକାଲି ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଭାରତ-ବାଂଲାଦେଶ ମଧ୍ୟରେ ହେବ। ଅପରାହ୍ନ ସାଢେ ୩ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତ ଗତ ୫ଟି ମ୍ୟାଚ୍‌ରୁ ୩ଟିରେ ଲାଗତାର ଭାବେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି। ଅପରପକ୍ଷରେ ବାଂଲାଦେଶ ଶେଷ ୫ଟି ମ୍ୟାଚ୍‌ରୁ ଗୋଟିଏରେ ପରାଜିତ ହୋଇଥିବା ବେଳେ ୪ଟିରେ ବିଜୟୀ ହୋଇଛି। ଉଭୟ ଦଳ ପରସ୍ପରକୁ ମାତ୍‌ ଦେବାକୁ ପ୍ରୟାସ କରିବେ। ଭାରତର ଟପ୍‌ ଅର୍ଡର […]

InstantKarma

Rakesh Mallick
  • Published: Monday, 14 March 2016
  • , Updated: 15 March 2016, 03:35 AM IST

ବେଙ୍ଗାଲୁରୁ: ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ରେ ଆସନ୍ତାକାଲି ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଭାରତ-ବାଂଲାଦେଶ ମଧ୍ୟରେ ହେବ। ଅପରାହ୍ନ ସାଢେ ୩ଟାରେ ଏହି ମ୍ୟାଚ୍‌ ଖେଳାଯିବ।

ଭାରତ ଗତ ୫ଟି ମ୍ୟାଚ୍‌ରୁ ୩ଟିରେ ଲାଗତାର ଭାବେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି। ଅପରପକ୍ଷରେ ବାଂଲାଦେଶ ଶେଷ ୫ଟି ମ୍ୟାଚ୍‌ରୁ ଗୋଟିଏରେ ପରାଜିତ ହୋଇଥିବା ବେଳେ ୪ଟିରେ ବିଜୟୀ ହୋଇଛି। ଉଭୟ ଦଳ ପରସ୍ପରକୁ ମାତ୍‌ ଦେବାକୁ ପ୍ରୟାସ କରିବେ।

ଭାରତର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଭଲ ଫର୍ମରେ ରହିଛି। ଦଳ ଏବେ ବୋଲିଂ ଉପରେ ଫୋକସ୍‌ କରୁଛି। ବାଂଲାଦେଶ ବ୍ୟାଟିଂକୁ ମାତ ଦେବାକୁ ଦଳ ୩ ଜଣ ଫାଷ୍ଟ ବୋଲର ଓ ଜଣେ ସ୍ପିନରଙ୍କୁ ପଡିଆକୁ ଓହ୍ଲେଇବ ବୋଲି ଆଶା କରାଯାଉଛି।

ବାଂଲାଦେଶ ମଧ୍ୟ ଭାରତ ପରି ରଣନୀତି ପ୍ରସ୍ତୁତ କରି ଆସନ୍ତାକାଲି ପଡିଆକୁ ଓହ୍ଲେଇବ । ଦଳ ଟପ୍‌ ଅର୍ଡର ବ୍ୟାଟିଂ ଦୁର୍ବଳ ଥିବାରୁ ଏହାକୁ ସୁଧାରି ଭାରତ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ।

ଭାରତ ସମ୍ଭାବ୍ୟ ଦଳ: ମିଥାଲି ରାଜ୍‌(ଅଧିନାୟକ), ଏକତା ବିଷ୍ଟ, ରାଜେଶ୍ୱରୀ ଗାଇକ୍‌ୱାଡ, ଝୁଲନ୍ ଗୋସ୍ୱାମୀ, ଟି. ରୁକ୍ମିଣୀ, ହରମନପ୍ରୀତ୍‌ କୌର, ବେଦ କ୍ରୀଷ୍ଣାମୂର୍ତ୍ତି, ସ୍ମୃତି ମାନ୍ଧନା, ନିରଞ୍ଜନା ନାଗାର୍ଜୁନ୍, ଶିଖା ପାଣ୍ଡେ, ଅନୁଜା ପାଟିଲ୍‌, ଦିପ୍ତି ଶର୍ମା, ଭି.ବନୀତା, ସୁଷମା ବର୍ମା ଓ ପୁନମ୍‌ ଯାଦବ୍‌।

ବାଂଲାଦେଶ ସମ୍ଭାବ୍ୟ ଦଳ: ଆୟେଶା ରେହମାନ୍‌, ଫତିମା ଖାତୁନ୍‌, ଏଫ୍. ହୋଗ୍ୟୁ, ଜାହାନରା ଆଲାମ୍‌, କେ.ଟି. କୁବ୍ରା, ଲତା ମଣ୍ଡଳ, ନାହିଦା ଅକ୍‌ତର, ନିଗାର ସୁଲତାନା, ପାନ୍ନା ଘୋଷ୍‌, ରିତୁ ମୋନୀ, ରୁମାନା ଅହମ୍ମଦ, ସଲମା ଖାତୁନ୍‌, ନାଞ୍ଜିଦା ଇସଲାମ୍‌, ଏସ୍‌ ଶାରମିମ୍‌ ଓ ଶାରମିମ୍‌ ଅଖତର।

Related story