ଶେଷ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳି ନ ପାରନ୍ତି ମାଥ୍ୟୁସ୍‌

ଡମ୍ବୁଲା: ଗୁରୁତର ଆହତ ହୋଇଛନ୍ତି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌ ଏଞ୍ଜେଲୋ ମାଥ୍ୟୁସ୍। ତେଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ଖେଳୁଥିବା ବେଳେ ପ୍ରତିପକ୍ଷ ବୋଲରଙ୍କ ବାଉନ୍‌ସର ତାଙ୍କ ହେଲମେଟ୍‌ (ବେକର ଟିକେ ଉପରକୁ) ବାଜିଥିଲା। ଘଟଣାସ୍ଥଳରେ ହେଲମେଟ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଶ୍ରୀଲଙ୍କା ୨୭.୧ ଓଭରରେ ୩ ୱିକେଟ୍‌ କରି ୧୧୫ ରନ୍‌ ସ୍କୋର ଥିବା ବେଳେ ତାଙ୍କୁ ପଡ଼ିଆ ଛାଡ଼ିବାକୁ […]

AngeloMathews

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 05:04 PM IST

ଡମ୍ବୁଲା: ଗୁରୁତର ଆହତ ହୋଇଛନ୍ତି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌ ଏଞ୍ଜେଲୋ ମାଥ୍ୟୁସ୍। ତେଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ଖେଳୁଥିବା ବେଳେ ପ୍ରତିପକ୍ଷ ବୋଲରଙ୍କ ବାଉନ୍‌ସର ତାଙ୍କ ହେଲମେଟ୍‌ (ବେକର ଟିକେ ଉପରକୁ) ବାଜିଥିଲା। ଘଟଣାସ୍ଥଳରେ ହେଲମେଟ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଶ୍ରୀଲଙ୍କା ୨୭.୧ ଓଭରରେ ୩ ୱିକେଟ୍‌ କରି ୧୧୫ ରନ୍‌ ସ୍କୋର ଥିବା ବେଳେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

Related story