ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମରେ ଆସିପାରନ୍ତି ଅଲିମ୍ପିଆନ୍‌ ସିନ୍ଧୁ ଓ ମଲିକ୍‌

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଓ ସାକ୍ଷି ମଲିକ୍‌ଙ୍କ ସହ ଜିମ୍ନାଷ୍ଟ ଦୀପା କର୍ମକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ନୂଆ ମୁହଁ ଭାବେ ଏହି ୩ ଅଲିମ୍ପିଆନ୍‌ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ପରମେଶ୍ୱରନ୍‌ ଲୟର କହିଛନ୍ତି,“ପିଭି ସିନ୍ଧୁ, ସାକ୍ଷୀ ମଲିକ୍‌ ଓ ଦୀପା କର୍ମକାରଙ୍କ ପରି ଅଲିମ୍ପିଆନ୍‌ଙ୍କୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ […]

dipakarmakar-pvsindu-sakhi-malik

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 05:19 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଓ ସାକ୍ଷି ମଲିକ୍‌ଙ୍କ ସହ ଜିମ୍ନାଷ୍ଟ ଦୀପା କର୍ମକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ନୂଆ ମୁହଁ ଭାବେ ଏହି ୩ ଅଲିମ୍ପିଆନ୍‌ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେବେ।

ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ପରମେଶ୍ୱରନ୍‌ ଲୟର କହିଛନ୍ତି,“ପିଭି ସିନ୍ଧୁ, ସାକ୍ଷୀ ମଲିକ୍‌ ଓ ଦୀପା କର୍ମକାରଙ୍କ ପରି ଅଲିମ୍ପିଆନ୍‌ଙ୍କୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା କରିଛୁ। ଏହି ମହିଳାମାନେ ରିଓ ଅଲିମ୍ପିକ୍‌ରେ ଭାରତ ପାଇଁ ଗୌରବ ଆଣିଥିବାରୁ ଗ୍ରାମୀଣ ଭାରତର ମହିଳାଙ୍କୁ ସଚେତନ କରିବାରେ ଏମାନେ ମୁଖ୍ୟ ଭୁମିକା ଗ୍ରହଣ କରିବେ ବୋଲି ଆମେ ଆଶା କରୁଛୁ। ଏନେଇ ଆମେ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା କରିବୁ।”

ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ୨୭ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ବାବା ରାମଦେବ, ସଚୀନ ତେନ୍ଦୁଲକର ଓ ଅନୀଲ ଅମ୍ବାନୀ ପ୍ରମୁଖ ରହିଛନ୍ତି।

Related story