ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡିଲା ବଲ୍ ଟାମ୍ପରିଂ। ଅଷ୍ଟ୍ରେଲିଆର ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍। ସେହିପରି ଡେଭିଡ୍ ୱାର୍ଣ୍ଣର ମଧ୍ୟ ହରାଇଛନ୍ତି ଉପ ଅଧାନାୟକ ପଦ। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେବାପରେ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ପଦ ଛାଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍ରର ତୃତୀୟ ଦିନରେ ଅଷ୍ଟ୍ରେଲିଆ କ୍ରିକେଟର୍ ବାଂକ୍ରପ୍ଟ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ ଧରାପଡ଼ିଥିଲେ। ବାଂକ୍ରପ୍ଟ ବଲ୍ ଟାମ୍ପରିଂ କରୁଥିବାର ଧରାପଡ଼ିବା ପରେ ମାମଲା ବିଗିଡ଼ିଯାଇଥିଲା। ତେବେ ଅଷ୍ଟ୍ରେଲିଆ ଓପ୍ନର୍ କାମେରନ୍ ବାଂକ୍ରଫ୍ଟ ଓ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହି ବଲ୍ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସୁଯୋଗ ପାଇ ସେ ଏହି କାମ କରିଥିଲେ ବୋଲି ବାଂକ୍ରଫ୍ଟ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।