ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଦ୍ୱାରା ସ୍ମିଥ ଓ ୱାର୍ନରଙ୍କୁ ୧ ବର୍ଷ ପାଇଁ ବାସନ୍ଦ ପରେ ଆଇପିଏଲ ରାସ୍ତା ମଧ୍ୟ ଏହି ଦୁଇ ଖେଳାଳିଙ୍କ ପାଇଁ ବନ୍ଦ ହୋଇଯାଇଛି। ଏହି ଦୁଇ କ୍ରିକେଟରଙ୍କୁ ଏଥର ଆଇପିଏଲରୁ ବାସନ୍ଦ କରିଛି ବିସିସିଆଇ। ଏବଂ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସମ୍ପୃକ୍ତ ଫ୍ରାଞ୍ଚାଇଜ୍ ରିପ୍ଲେସ୍ କରିପାରିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି।
ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବଲ୍ ଟାମ୍ପରିଂ ଘଟଣାରେ ସ୍ମିଥ୍, ୱାର୍ନର ଓ ବେନକ୍ରାଫ୍ଟ ଦୋଷୀ ସାବ୍ୟସ୍ତ ହେବାପରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏହି ଖେଳାଳିଙ୍କୁ ବାସନ୍ଦ କରିଥିଲା। ସ୍ମିଥ୍ ଓ ୱାର୍ନରଙ୍କୁ ଗୋଟିଏ ବର୍ଷ ବାସନ୍ଦ କରାଯାଇଥିବା ବେଳେ ବେନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ କରାଯାଇଛି। ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡର ଏହି ନିଷ୍ପତ୍ତି ପରେ ବିସିସିଆଇ ଆଇପିଏଲ୍ -୨୦୧୮ରେ ସ୍ମିଥ ଓ ୱାର୍ନରଙ୍କୁ ଖେଳିବା ପାଇଁ ଅନୁମତି ଦେବାକୁ ମନାକରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।