ରିଓ ଅଲିମ୍ପିକ୍‌ ଆଶାୟୀଙ୍କୁ ଭେଟିଲେ ସୋନୋୱାଲ

ପଟିଆଲା: ପଟିଆଲାସ୍ଥିତ ସାଇ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ରିଓ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତ ହେଉଥିବା କ୍ରୀଡାବିତ୍‌ଙ୍କୁ ସୋମବାର ଭେଟିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଏହା ସହ ସେ ବିଭିନ୍ନ ବିଷୟ ନେଇ କ୍ରୀଡ଼ାବିତ୍‌ଙ୍କ ସହ ଆଲୋଚନା କରିଛନ୍ତି। ସୋନୋୱାଲଙ୍କ ଏହି ଗସ୍ତରେ ରିଓ ଡି ଜେନେରିଓରେ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା କ୍ରୀଡ଼ାମହାକୁମ୍ଭ ପାଇଁ ପ୍ରସ୍ତୁତି ଚଳାଇଥିବା ବହୁ କ୍ରୀଡ଼ାବିତ ଯଥା ସ୍ପ୍ରିଣ୍ଟର ଦୂତି ଚାନ୍ଦ, ଡିସକସ୍‌ ଫିଙ୍ଗାଳି କ୍ରୀପାଲ ସିଂହ ଓ ବଲ୍‌ଜିନ୍ଦର ସିଂହଙ୍କ […]

Sonowal meets Rio Olympics hopefuls at NIS

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 01:00 PM IST

ପଟିଆଲା: ପଟିଆଲାସ୍ଥିତ ସାଇ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ରିଓ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତ ହେଉଥିବା କ୍ରୀଡାବିତ୍‌ଙ୍କୁ ସୋମବାର ଭେଟିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଏହା ସହ ସେ ବିଭିନ୍ନ ବିଷୟ ନେଇ କ୍ରୀଡ଼ାବିତ୍‌ଙ୍କ ସହ ଆଲୋଚନା କରିଛନ୍ତି।

ସୋନୋୱାଲଙ୍କ ଏହି ଗସ୍ତରେ ରିଓ ଡି ଜେନେରିଓରେ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା କ୍ରୀଡ଼ାମହାକୁମ୍ଭ ପାଇଁ ପ୍ରସ୍ତୁତି ଚଳାଇଥିବା ବହୁ କ୍ରୀଡ଼ାବିତ ଯଥା ସ୍ପ୍ରିଣ୍ଟର ଦୂତି ଚାନ୍ଦ, ଡିସକସ୍‌ ଫିଙ୍ଗାଳି କ୍ରୀପାଲ ସିଂହ ଓ ବଲ୍‌ଜିନ୍ଦର ସିଂହଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି।

କ୍ରୀଡ଼ାବିତ୍‌ଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗ ଉପରେ ସେ ଖୁସିବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଅଙ୍କିତ ଶର୍ମାଙ୍କ ପରି କିଛି କ୍ରୀଡ଼ାବିତ୍‌ଙ୍କୁ ୨୦୧୫ ଅକ୍ଟୋବରରୁ ଆଥ୍‌ଲେଟିକ୍‌ ଫେଡେରେସନ କର୍ତ୍ତୃପକ୍ଷ ଫୁଡ୍‌ ସପ୍ଲିମେଣ୍ଟ ଯୋଗାଉ ନ ଥିବା ଅଭିଯୋଗ କରଥିଲେ। ଆବଶ୍ୟକତା ନେଇ ସେମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ସମ୍ପୃକ୍ତ କ୍ରୀଡ଼ାବିତ୍‌ଙ୍କୁ ଆଶ୍ୱାସନା ଦେଇଥିଲେ ସୋନୋୱାଲ।

Related story