ଟି-ଟ୍ୱେଣ୍ଟି ବିଶ୍ୱକପ୍: ଆଜି ଦ. ଆଫ୍ରିକା-ଶ୍ରୀଲଙ୍କା ମୁକାବିଲା

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ଖେଳା ଯିବ। ଏହି ମ୍ୟାଚ୍‌ ସନ୍ଧ୍ୟା ସାଢ଼େ ସାତଟାରେ ନୂଆଦିଲ୍ଲୀରେ ଖେଳାଯିବ। ଅନ୍ୟପକ୍ଷରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମି ଫାଇନାଲ୍‌ରେ ଚାରୋଟି ଦଳ ପହଞ୍ଚି ସାରିଛନ୍ତି। ଏହି ଚାରୋଟି ଦଳ ମଧ୍ୟରେ ଦକ୍ଷିଣ ଆଫ୍ରିକା କି ଶ୍ରୀଲଙ୍କା ସ୍ଥାନ ବନାଇବାକୁ ବିଫଳ ହୋଇଛନ୍ତି। ସେମି ଫାଇନାଲ୍‌ରେ ପହଞ୍ଚିଥିବା ଦଳଗୁଡ଼ିକ ହେଲେ ଇଂଲଣ୍ଡ,ନ୍ୟୁଜିଲାଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ୍। ମାର୍ଚ୍ଚ ୩୦ ତାରିଖରେ […]

srilanka

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 04:24 AM IST

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ଖେଳା ଯିବ। ଏହି ମ୍ୟାଚ୍‌ ସନ୍ଧ୍ୟା ସାଢ଼େ ସାତଟାରେ ନୂଆଦିଲ୍ଲୀରେ ଖେଳାଯିବ।

ଅନ୍ୟପକ୍ଷରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମି ଫାଇନାଲ୍‌ରେ ଚାରୋଟି ଦଳ ପହଞ୍ଚି ସାରିଛନ୍ତି। ଏହି ଚାରୋଟି ଦଳ ମଧ୍ୟରେ ଦକ୍ଷିଣ ଆଫ୍ରିକା କି ଶ୍ରୀଲଙ୍କା ସ୍ଥାନ ବନାଇବାକୁ ବିଫଳ ହୋଇଛନ୍ତି। ସେମି ଫାଇନାଲ୍‌ରେ ପହଞ୍ଚିଥିବା ଦଳଗୁଡ଼ିକ ହେଲେ ଇଂଲଣ୍ଡ,ନ୍ୟୁଜିଲାଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ୍।

ମାର୍ଚ୍ଚ ୩୦ ତାରିଖରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମି ଫାଇନାଲ। ଏହି ମ୍ୟାଚ୍‌ ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ସାତଟାରେ ଖେଳାଯିବ।

ସେହିପରି ମାର୍ଚ୍ଚ ୩୧ ତାରିଖରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।  ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

Related story