ନାଗପୁର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୨୧୫ରେ ଅଲଆଉଟ୍

ନାଗପୁର: ଆଜିଠାରୁ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ପଡିଆରେ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ତୃତୀୟ ଟେଷ୍ଟ୍। ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଷ୍ଟମ୍ପ୍ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ୍ ହରାଇ ୧୧ ରନ୍ ସଂଗ୍ରହ କରିଥିଲା। ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳର ବ୍ୟାଟ୍ସମ୍ୟାନମାନେ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି […]

#INDVSA

Rakesh Mallick
  • Published: Wednesday, 25 November 2015
  • , Updated: 26 November 2015, 05:12 AM IST

ନାଗପୁର: ଆଜିଠାରୁ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ପଡିଆରେ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ତୃତୀୟ ଟେଷ୍ଟ୍। ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଷ୍ଟମ୍ପ୍ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ୍ ହରାଇ ୧୧ ରନ୍ ସଂଗ୍ରହ କରିଥିଲା।

ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳର ବ୍ୟାଟ୍ସମ୍ୟାନମାନେ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି ପାରିଲେ ନାହିଁ। ଓପନର ଶିଖର ଧାୱନ୍ ପ୍ରଥମେ ଆଉଟ୍ ହୋଇଥିଲେ। ସେ ୨୩ଟି ବଲରୁ ୧୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ୪୩ଟି ବଲରୁ ୨୧ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ବିରାଟ କୋହଲି ବି ଦ.ଆଫ୍ରିକା ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ସେ ୫୫ଟି ବଲର ସମ୍ମୁଖୀନ ହୋଇ ମାତ୍ର ୨୨ରନରେ ଆଉଟ୍ ହୋଇଯାଇଥିଲେ। ଆଜିଜ୍ଞ୍ୟ ରାହାଣେ ଓ ରୋହିତ ଶର୍ମା ଯଥାକ୍ରମେ ୧୩ ଓ ୨ ରନ୍ କରିଥିଲେ। ଓପନର ମୂରଲୀ ବିଜୟ ସର୍ବାଧିକ ୪୦ ରନ୍ କରିଥିବା ବେଳେ ରିଦ୍ଧିମାନ ସାହା ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୩୨ ଓ ୩୪ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୧୫ ଓ ଅମିତ ମିଶ୍ର ୩ ରନ୍ କରିଥିଲେ।

ପ୍ରଥମ ଦିନରେ ଦ.ଆଫ୍ରିକା ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଦଳର ସିମୋନ୍ ହାରମେର ୪ଟି ୱିକେଟ ନେଇଥିବା ବେଳେ ମୋରେନ୍ ମୋର୍କେଲ୍ ୩ଟି, କାଗିସୋ ରାବଦା, ଡେନ୍ ଏଲଗାର ଓ ଇମରାନ୍ ତାହିର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ଦ.ଆଫ୍ରିକା ଆଜି ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୨ ୱିକେଟ୍ ହରାଇ ୧୧ ରନ୍ କରିଛି। ସ୍ତିଆନ ଭାନ୍ ଜିଲ୍ ଶୂନରେ ଆଉଟ୍ ହୋଇଥିବା ବେଳେ ଇମ୍ରାନ ତାହିର ୪ ରନରେ ଆଉଟ୍ ହୋଇଛନ୍ତି। ଡେନ୍ ଇଲଗର ୭ ରନ୍ ଓ ହାସିମ ଆମଲା କୌଣସି ନ କରି କ୍ରିଜରେ ଅଛନ୍ତି। ଭାରତ ପକ୍ଷରୁ ଅଶ୍ୱିନ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Related story