ରିଓ ଅଲିମ୍ପିକ୍‌ ପରେ ଅବସର ନେବେ ଉସେନ୍‌ ବୋଲ୍ଟ

ଡର୍ବାନ୍‌: ଜାମାଇକାର ଦ୍ରୁତ ଧାବକ ଉସେନ ବୋଲ୍ଟ ରିଓ ଅଲିମ୍ପିକ୍‌ ପରେ ଅବସର ନେବେ। ମଙ୍ଗଳବାର ସେ ଏହା କହିଛନ୍ତି। ସେ କହିଛନ୍ତି, “୨୦୧୬ ରିଓ ଅଲିମ୍ପିକ୍‌ରେ ଅତି କମ୍‌ରେ ୩ଟି ସ୍ୱର୍ଣ୍ଣ ଜିତିବାକୁ ଆଶା ରଖିଛି। ସ୍ୱର୍ଣ୍ଣ ଜିତିବା ପରେ ଅବସର ଗ୍ରହଣ କରିବି।” ୨୯ ବର୍ଷୀୟ ବୋଲ୍ଟ ପୂର୍ବରୁ କହିଥିଲେ ସେ ୨୦୨୦ ଟୋକିଓ ଅଲିମ୍ପିକ୍‌ ପରେ ଅବସର ନେବେ। ବୋଲ୍ଟଙ୍କ ଫିଟ୍‌ନେସ୍‌ ଭଲ ଥିବାରୁ ବୋଲ୍ଟଙ୍କୁ ତାଙ୍କ କୋଚ୍‌ ଗ୍ଲେନ୍‌ ମିଲ୍‌ସ ତାଙ୍କୁ […]

ussen bolt

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 12:30 PM IST

ଡର୍ବାନ୍‌: ଜାମାଇକାର ଦ୍ରୁତ ଧାବକ ଉସେନ ବୋଲ୍ଟ ରିଓ ଅଲିମ୍ପିକ୍‌ ପରେ ଅବସର ନେବେ। ମଙ୍ଗଳବାର ସେ ଏହା କହିଛନ୍ତି।

ସେ କହିଛନ୍ତି, “୨୦୧୬ ରିଓ ଅଲିମ୍ପିକ୍‌ରେ ଅତି କମ୍‌ରେ ୩ଟି ସ୍ୱର୍ଣ୍ଣ ଜିତିବାକୁ ଆଶା ରଖିଛି। ସ୍ୱର୍ଣ୍ଣ ଜିତିବା ପରେ ଅବସର ଗ୍ରହଣ କରିବି।”

୨୯ ବର୍ଷୀୟ ବୋଲ୍ଟ ପୂର୍ବରୁ କହିଥିଲେ ସେ ୨୦୨୦ ଟୋକିଓ ଅଲିମ୍ପିକ୍‌ ପରେ ଅବସର ନେବେ। ବୋଲ୍ଟଙ୍କ ଫିଟ୍‌ନେସ୍‌ ଭଲ ଥିବାରୁ ବୋଲ୍ଟଙ୍କୁ ତାଙ୍କ କୋଚ୍‌ ଗ୍ଲେନ୍‌ ମିଲ୍‌ସ ତାଙ୍କୁ ଏହି ପରାମର୍ଶ ଦେଇଥିଲେ। କିନ୍ତୁ ସେ ରିଓ ଅଲିମ୍ପିକ ପରେ ଅବସର ନେବାକୁ ସ୍ଥିର କରିଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଉସେନ୍‌ ବୋଲ୍ଟ ମାତ୍ର ୧୯ ସେକେଣ୍ଡରେ ୨୦୦ମିଟର ଅତିକ୍ରମ କରି ରେକର୍ଡ ସ୍ଥାପନ କରିଥିଲେ। ଚଳିତବର୍ଷ ଅଗଷ୍ଟ ୫ରୁ ଅଗଷ୍ଟ ୨୧ ତାରିଖ ଯାଏଁ ରିଓ ଅଲିମ୍ପିକ୍‌ ଅନୁଷ୍ଠିତ ହେବ।

Related story