ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମାଲିଙ୍ଗାଙ୍କ ଖେଳିବା ଅନିଶ୍ଚିତ

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ସୁପରଟେନ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳି ନ ପାରନ୍ତି ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାସିଥ୍‌ ମାଲିଙ୍ଗା। ତାଙ୍କ ଖେଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦଳର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌। ସେ କହିଛନ୍ତି, ମାଲିଙ୍ଗା ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଦେଇ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,“ଆମେ ଫିଜିଓଙ୍କ ପାଖରୁ ‘ହଁ’ କି ‘ନା’ କିଛି ପାଇପାରି ନାହୁଁ। ସେ ଆସନ୍ତାକାଲି ଅଭ୍ୟାସରେ ଯୋଗ ଦେଇପାରନ୍ତି। ଆମେ କାଲି ତାଙ୍କ […]

Lasith-Malinga

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 01:56 PM IST

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ସୁପରଟେନ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳି ନ ପାରନ୍ତି ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାସିଥ୍‌ ମାଲିଙ୍ଗା। ତାଙ୍କ ଖେଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦଳର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌। ସେ କହିଛନ୍ତି, ମାଲିଙ୍ଗା ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଦେଇ ନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,“ଆମେ ଫିଜିଓଙ୍କ ପାଖରୁ ‘ହଁ’ କି ‘ନା’ କିଛି ପାଇପାରି ନାହୁଁ। ସେ ଆସନ୍ତାକାଲି ଅଭ୍ୟାସରେ ଯୋଗ ଦେଇପାରନ୍ତି। ଆମେ କାଲି ତାଙ୍କ ବୋଲିଂ କରିପାରିବା ନେଇ ପରୀକ୍ଷା କରିବା ପରେ ନିଷ୍ପତ୍ତି ନେବୁ। ସେ ସର୍ଟ ରନ୍‌ ଅପ୍‌ରୁ କିଛି ଓଭର ବୋଲିଂ କରିଛନ୍ତି। ଯଦି ଆସନ୍ତାକାଲି ସେ ଫୁଲ୍‌ ରନ୍‌ ଅପ୍‌ରୁ ବୋଲିଂ କରିପାରନ୍ତି ତେବେ ତାଙ୍କୁ ଦଳରେ ସାମିଲ କରାଯିବ।”

ଆଣ୍ଠୁ ଆଘାତ ଯୋଗୁଁ କଷ୍ଟପାଉଥିବା ମାଲିଙ୍ଗା ଦଳକୁ ୨୦୧୪ ଟି-୨୦ ବିଶ୍ୱକପ୍‌ ଜିତାଇଥିଲେ। ଚଳିତ ବିଶ୍ୱକପ୍‌ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ସେ ଅଧିନାୟକ ପଦବୀ ଛାଡିଥିଲେ। ସେ ଅଧିନାୟକ ପଦବୀ ଛାଡିବା ପରେ ମାଥ୍ୟୁସ୍‌ ଦଳର ଦାୟିତ୍ୱ ନେଇଥିଲେ।

ଅନ୍ୟପକ୍ଷରେ ମାଲିଙ୍ଗା ଦୁଇ ଦିନ ପୂର୍ବରୁ ଦଳରେ ଯୋଗ ଦେଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷ ୱାର୍ମଅଫ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି।

Related story