ଜର୍ମାନ ଓପନ୍‌: ପ୍ରି-କ୍ୱାର୍ଟରରେ ଶ୍ରୀକାନ୍ତ ଓ କଶ୍ୟପ

ବର୍ଲିନ୍‌:ଜର୍ମାନ ଗ୍ରାଁ ପ୍ରି ଗୋଲ୍ଡ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କେ.ଶ୍ରୀକାନ୍ତ ଓ ପାରୁପାଲ୍ଲୀ କଶ୍ୟପ୍। ବିଶ୍ୱ ମାନ୍ୟତାର ୧୦ ସ୍ଥାନର ଥିବା ଶ୍ରୀକାନ୍ତ ନେଦରଲାଣ୍ଡର ଏରିକ୍‌ ମୈଜ୍‌ସଙ୍କୁ ୧୫-୨୧ ୨୧-୬ ୨୧-୧୬ରେ ପରାଜିତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ମୁକାବିଲାରେ ସେ ହଂକଂର କା ଲଙ୍ଗ୍ ଅଙ୍ଗ୍‌ସଙ୍କୁ ଭେଟିବେ। ଏହା ପୂର୍ବରୁ ଶ୍ରୀକାନ୍ତ ଗତ ଜାନୁଆରୀ ମାସରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ସୟଦ ମୋଦି ଗ୍ରାଁ […]

srikanth

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 01:09 PM IST

ବର୍ଲିନ୍‌:ଜର୍ମାନ ଗ୍ରାଁ ପ୍ରି ଗୋଲ୍ଡ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କେ.ଶ୍ରୀକାନ୍ତ ଓ ପାରୁପାଲ୍ଲୀ କଶ୍ୟପ୍।

ବିଶ୍ୱ ମାନ୍ୟତାର ୧୦ ସ୍ଥାନର ଥିବା ଶ୍ରୀକାନ୍ତ ନେଦରଲାଣ୍ଡର ଏରିକ୍‌ ମୈଜ୍‌ସଙ୍କୁ ୧୫-୨୧ ୨୧-୬ ୨୧-୧୬ରେ ପରାଜିତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ମୁକାବିଲାରେ ସେ ହଂକଂର କା ଲଙ୍ଗ୍ ଅଙ୍ଗ୍‌ସଙ୍କୁ ଭେଟିବେ। ଏହା ପୂର୍ବରୁ ଶ୍ରୀକାନ୍ତ ଗତ ଜାନୁଆରୀ ମାସରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ସୟଦ ମୋଦି ଗ୍ରାଁ ପ୍ରି ଗୋଲ୍ଡରେ ବିଜୟ ହୋଇଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ କଶ୍ୟପ୍ ୨୧-୧୨,୨୧-୧୧ରେ ଆଇରିସ୍‌ ପ୍ରତିଯୋଗୀ ଜୋଶୁଆ ମାଗୀଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍ ରାଉଣ୍ଡରେ ପହଞ୍ଚିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ କୋରିଆର ସୋନ୍‌ ୱାନ୍‌ ହୋଙ୍କୁ ଭେଟିବେ।

Related story