ଫିନ‌୍ ପୁଣି ଆହତ, ଟି-୨୦ ଦଳରୁ ବାଦ‌୍

ଲଣ୍ଡନ: ଭାରତରେ ଚଳିତ ବର୍ଷ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ‌୍ ଦଳରୁ ବାଦ‌୍ ପଡ଼ିଛନ୍ତି ଇଂଲଣ୍ଡର ବୋଲର‌୍ ଷ୍ଟିଭେନ‌୍ ଫିନ‌୍। ଆହତ ଜନିତ କାରଣରୁ ତାଙ୍କୁ ଟିମରୁ ବାଦ‌୍ ଦିଆଯାଇଛି। ତାଙ୍କର ଗୋଟିଏ ଗୋଡ଼ର ମାଂସପେଶୀରେ ଲାଗିଛି ଆଘାତ। ତାଙ୍କ ସ୍ଥାନରେ ଲିଆମ ପ୍ଲଙ୍କିତ‌୍ ଖେଳିବେ। ଫିନ‌୍ ଟ୍ୱିଟ‌୍ କରି କହିଛନ୍ତି ଯେ ଏହା ବାସ୍ତବରେ ଏକ ଦୁଃଖଦ ଘଟଣା। ପୂର୍ବ ଆହତରୁ ସୁସ୍ଥ ହୋଇ ଆସୁଥିବା ବେଳେ ଆଉ ଏକ ଆଘାତ ଲାଗିଛି। ଟିମର […]

steven finn

Rakesh Mallick
  • Published: Saturday, 27 February 2016
  • , Updated: 27 February 2016, 08:12 AM IST

ଲଣ୍ଡନ: ଭାରତରେ ଚଳିତ ବର୍ଷ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ‌୍ ଦଳରୁ ବାଦ‌୍ ପଡ଼ିଛନ୍ତି ଇଂଲଣ୍ଡର ବୋଲର‌୍ ଷ୍ଟିଭେନ‌୍ ଫିନ‌୍। ଆହତ ଜନିତ କାରଣରୁ ତାଙ୍କୁ ଟିମରୁ ବାଦ‌୍ ଦିଆଯାଇଛି। ତାଙ୍କର ଗୋଟିଏ ଗୋଡ଼ର ମାଂସପେଶୀରେ ଲାଗିଛି ଆଘାତ। ତାଙ୍କ ସ୍ଥାନରେ ଲିଆମ ପ୍ଲଙ୍କିତ‌୍ ଖେଳିବେ।

ଫିନ‌୍ ଟ୍ୱିଟ‌୍ କରି କହିଛନ୍ତି ଯେ ଏହା ବାସ୍ତବରେ ଏକ ଦୁଃଖଦ ଘଟଣା। ପୂର୍ବ ଆହତରୁ ସୁସ୍ଥ ହୋଇ ଆସୁଥିବା ବେଳେ ଆଉ ଏକ ଆଘାତ ଲାଗିଛି। ଟିମର ଅନ୍ୟ ସଦସ୍ୟମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ଆହତ ଫିନଙ୍କ ପିଛା ଛାଡୁନି। ଗତ ବର୍ଷ ଡିସେମ୍ୱରରେ ଆହତ ଜନିତ କାରଣରୁ ତାଙ୍କୁ ୟୁଏଇ ଗସ୍ତରୁ ବାଦ‌୍ ଦିଆଯାଇଥିଲା। ସେତେବେଳେ ତାଙ୍କ ବାମଗୋଡ଼ରେ ଆଘାତ ଲାଗିଥିଲା। ସେହିଭଳି ଦକ୍ଷିଣ ଆଫ୍ରିକା ଗସ୍ତ ସେ ସଂପୂର୍ଣ୍ଣ କରି ନ ଥିଲେ। ତୃତୀୟ ଟେଷ୍ଟରେ ସେ ଆଘାତ ହୋଇଥିଲେ ଓ ସିରିଜ‌୍ ଅଧାରୁ ସ୍ୱଦେଶ ବାହୁଡ଼ି ଆସିଥିଲେ।

ଟି-୨୦ ବିଶ୍ୱକପରେ ଫିନଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଦଳର ପେସ‌୍‍ ଆକ୍ରମଣର ମଙ୍ଗ ସମ୍ଭାଳିବେ ଡାଭିଡ‌୍ ୱିଲି, ରିସି ଟୋପଲେସ୍କ୍ରାଏସ‌୍ ଜୋର୍ଡାନ‌୍ ଓ ବେନ‌୍ ଲ୍ପୋକ୍ସ।

Related story