Advertisment

ସଚିନଙ୍କ ପୁଅଙ୍କୁ ନିର୍ଧୁମ ଧୁଲେଇ

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ଭାରତୀୟ ଘରୋଇ କ୍ରିକେଟ୍ ଠପ୍ ପଡ଼ିଯାଇଛି। ବିସିସିଆଇ ଆସନ୍ତାବର୍ଷ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଟୁର୍ଣ୍ଣାମେଣ୍ଟ ଜରିଆରେ ଘରୋଇ କ୍ରିକେଟକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମୁମ୍ବାଇ ଟିମର ବ୍ୟାଟ୍ସମ୍ୟାନ୍ ଧମାକା କରିଛନ୍ତି। ପ୍ରଥମେ ଯଶସ୍ୱୀ ଜୈସୱାଲ ଓ ପରେ ସୂର୍ଯ୍ୟକୁମାର ଯାଦବ ଚୌକା ଓ ଛକାର ବର୍ଷା କରିଛନ୍ତି। ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏକ ପ୍ରାକ୍ଟିସ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଜଲୱା ଦେଖିବାକୁ […]

ଅଦ୍ୟତନ ହୋଇଛି
ସଚିନଙ୍କ ପୁଅଙ୍କୁ ନିର୍ଧୁମ ଧୁଲେଇ

arjun

Advertisment

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ଭାରତୀୟ ଘରୋଇ କ୍ରିକେଟ୍ ଠପ୍ ପଡ଼ିଯାଇଛି। ବିସିସିଆଇ ଆସନ୍ତାବର୍ଷ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଟୁର୍ଣ୍ଣାମେଣ୍ଟ ଜରିଆରେ ଘରୋଇ କ୍ରିକେଟକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମୁମ୍ବାଇ ଟିମର ବ୍ୟାଟ୍ସମ୍ୟାନ୍ ଧମାକା କରିଛନ୍ତି। ପ୍ରଥମେ ଯଶସ୍ୱୀ ଜୈସୱାଲ ଓ ପରେ ସୂର୍ଯ୍ୟକୁମାର ଯାଦବ ଚୌକା ଓ ଛକାର ବର୍ଷା କରିଛନ୍ତି। ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏକ ପ୍ରାକ୍ଟିସ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଜଲୱା ଦେଖିବାକୁ ମିଳିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

Advertisment

ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ସୂର୍ଯ୍ୟକୁମାର ୩୧ ବଲରେ ଅପରାଜିତ ୫୯ ରନର ଇନିଂସ୍ ଖେଳିଛନ୍ତି। ସେହିପରି ୨ୟ ଦିନରେ ସେ ମାତ୍ର ୪୯ ବଲରେ ୧୨୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ଅର୍ଥାତ୍ ମୋଟ ୮୦ ବଲରେ ସେ ୧୮ ଚୌକା ଓ ୧୧ ଛକା ମାରିଛନ୍ତି।

ଅଭ୍ୟାସ ମ୍ୟାଚର ୨ୟ ଦିନରେ ସୂର୍ଯ୍ୟକୁମାର ଆହତ କାରଣରୁ ରିଟାୟର୍ଡ ହର୍ଟ ହୋଇଛନ୍ତି। ତେବେ ଏହା ପୂର୍ବରୁ ସେ ଅର୍ଜୁନଙ୍କ ଗୋଟିଏ ଓଭରରେ ୨୧ ରନ୍ ମାରିଛନ୍ତି। ସୂର୍ଯ୍ୟକୁମାର ଅର୍ଜୁନଙ୍କ ଗୋଟିଏ ଓଭରରେ ଯଥାକ୍ରମେ ୬,୪,୩,୪,୪,୧ ରନ୍ କରିଛନ୍ତି। ଏଥିସହ ସେ ମାତ୍ର ୪୪ ବଲରେ ଶତକ ପୂରଣ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ : ବକ୍ସିଂ ଡେ’ ଟେଷ୍ଟରୁ ୱାର୍ଣ୍ଣରଙ୍କ ସହ ଏହି ଖେଳାଳି ଆଉଟ

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe