ଭାରତରେ ନୁହେଁ, ସୁଶୀଲ୍‌ କୁମାର ଏହି ଦେଶରେ କରିବେ ଅଭ୍ୟାସ

ନୂଆଦିଲ୍ଲୀ: ଭାରତର ଷ୍ଟାର୍‌ କୁସ୍ତିଯୋଦ୍ଧା ସୁଶୀଲ୍‌ କୁମାରଙ୍କ ନଜର ଏବେ ଏସିଆନ ଗେମ୍‌ସ୍‌ ସ୍ୱର୍ଣ୍ଣ ଉପରେ ରହିଛି। ଏଥିପାଇଁ ସେ କଠିନ ଅଭ୍ୟାସ କରୁଛନ୍ତି। ଅଧିକ ଅଭ୍ୟାସ ପାଇଁ ସେ ଜର୍ଜିୟା ଯିବେ ବୋଲି ଜଣାପଡ଼ିଛି। ଇଣ୍ଡୋନେସିଆରେ ହେବାକୁ ଥିବା ଏସିଆନ୍‌ ଗେମ୍ସ୍‌ରେ ଯୋଗଦେବାକୁ ଯିବା ପୂର୍ବରୁ ସେ ଦିଲ୍ଲୀ ଫେରି ଆସିବେ ବୋଲି କହିଛନ୍ତି। ସୁଶୀଲ୍‌ କହିଛନ୍ତି, “୪ ବର୍ଷ ପରେ ରିଙ୍ଗ୍‌କୁ ଓହ୍ଲାଇ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ୍‌ରେ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳର ୭୪ କେଜି […]

sushil

sushil

Rakesh Mallick
  • Published: Thursday, 02 August 2018
  • Updated: 02 August 2018, 03:11 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍‌ କୁସ୍ତିଯୋଦ୍ଧା ସୁଶୀଲ୍‌ କୁମାରଙ୍କ ନଜର ଏବେ ଏସିଆନ ଗେମ୍‌ସ୍‌ ସ୍ୱର୍ଣ୍ଣ ଉପରେ ରହିଛି। ଏଥିପାଇଁ ସେ କଠିନ ଅଭ୍ୟାସ କରୁଛନ୍ତି। ଅଧିକ ଅଭ୍ୟାସ ପାଇଁ ସେ ଜର୍ଜିୟା ଯିବେ ବୋଲି ଜଣାପଡ଼ିଛି।

ଇଣ୍ଡୋନେସିଆରେ ହେବାକୁ ଥିବା ଏସିଆନ୍‌ ଗେମ୍ସ୍‌ରେ ଯୋଗଦେବାକୁ ଯିବା ପୂର୍ବରୁ ସେ ଦିଲ୍ଲୀ ଫେରି ଆସିବେ ବୋଲି କହିଛନ୍ତି।

ସୁଶୀଲ୍‌ କହିଛନ୍ତି, “୪ ବର୍ଷ ପରେ ରିଙ୍ଗ୍‌କୁ ଓହ୍ଲାଇ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ୍‌ରେ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳର ୭୪ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି। ମୁଁ ଏବେ ଫର୍ମରେ ଅଛି। ମୁଁ ବିଶ୍ୱ ଚାମ୍ପିୟନ। ହେଲେ ଏସିଆନ୍‌ ଗେମ୍ସରେ କେବେ ସ୍ୱର୍ଣ୍ଣ ଜିତିନାହିଁ। ଏହାକୁ ହାସଲ କରିବାକୁ ମୁଁ କଠିନ ପରିଶ୍ରମ କରୁଛି।”

ଚଳିତଥର ସୁଶୀଲ ୭୪ କେଜି ବର୍ଗରେ ଭାଗ ନେବେ। ୨୦୦୬ରେ ଦୋହାରେ ହୋଇଥିବା ଏସିଆନ୍‌ ଗେମ୍ସରେ ସୁଶୀଲ କାଂସ୍ୟ ପଦକ ଜିତିଥିଲେ। ଗତ ଦୁଇଟି ଗେମ୍ସରେ ସେ ଅଂଶଗ୍ରହଣ କରି ନଥିଲେ।

ନିଜ ଅଭ୍ୟାସକୁ ନେଇ ସୁଶୀଲ୍‌ କହିଛନ୍ତି, “ମୋ ଅଭ୍ୟାସ୍‌ ବିଷୟରେ ସମସ୍ତେ ଜାଣନ୍ତି। ମୁଁ ଗୋଟିଏ ଦିନ ଓଜନିଆ ଜିନିଷ ଉଠାଇବା ଅଭ୍ୟାସ କରେ ଓ ପରଦିନ ବାଉଟ୍‌ ଟ୍ରେନିଂ ନିଏ।”

ଜର୍ଜିୟାରେ ଅଭ୍ୟାସକୁ ନେଇ ସେ କହିଛନ୍ତି, “ଜର୍ଜିୟାରେ ଭିନ୍ନ ଭିନ୍ନ ପ୍ରକାରର କୁସ୍ତିଯୋଦ୍ଧାଙ୍କ ସହ ଲଢ଼ିବାର ସୁଯୋଗ ମିଳିଥାଏ। ତୁର୍କୀ ପରି ଦେଶର କୁସ୍ତିଯୋଦ୍ଧା ଏଠାକୁ ଅଭ୍ୟାସ ପାଇଁ ଆସିଥାନ୍ତି। ତେଣୁ ଏଠାରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos