ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଭାରତ-ପାକ୍‌ ମ୍ୟାଚ୍‌କୁ ବିରୋଧ କରିବ ଆପ୍‌

ସିମଲା: ମାର୍ଚ୍ଚ ୧୯ ତାରିଖରେ ହିମାଚଳ ପ୍ରଦେଶରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-ଟ୍ୱେଣ୍ଟି-ବିଶ୍ୱକପ୍‌ ମ୍ୟାଚ୍‌ ହେବା ନେଇ ଆଶଙ୍କା ଜାରି ରହିଛି। ଆଉ ଏଭଳି ସ୍ଥିତିରେ ଶନିବାର ଏହି ମ୍ୟାଚ୍‌କୁ ବିରୋଧ କରିଛି ଆମ୍ ଆଦ୍‌ମୀ ପାର୍ଟି। ଦଳ ପକ୍ଷରୁ କୁହାଯାଇଛି ଯେ ଭାରତ-ପାକ୍ ମ୍ୟାଚ୍‌କୁ କେବଳ ଧର୍ମଶାଳା ନୁହେଁ, ଦେଶର ଅନ୍ୟ ସ୍ଥାନରେ ବି ବିରୋଧ କରାଯିବ। ସିମଲାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା ବେଳେ ଆପ୍‌ର ହିମାଚଳ ପ୍ରଦେଶ ଆବାହକ ରାଜନ୍ ସୁଶାନ୍ତ […]

Ind-Pak

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:04 PM IST

ସିମଲା: ମାର୍ଚ୍ଚ ୧୯ ତାରିଖରେ ହିମାଚଳ ପ୍ରଦେଶରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-ଟ୍ୱେଣ୍ଟି-ବିଶ୍ୱକପ୍‌ ମ୍ୟାଚ୍‌ ହେବା ନେଇ ଆଶଙ୍କା ଜାରି ରହିଛି। ଆଉ ଏଭଳି ସ୍ଥିତିରେ ଶନିବାର ଏହି ମ୍ୟାଚ୍‌କୁ ବିରୋଧ କରିଛି ଆମ୍ ଆଦ୍‌ମୀ ପାର୍ଟି। ଦଳ ପକ୍ଷରୁ କୁହାଯାଇଛି ଯେ ଭାରତ-ପାକ୍ ମ୍ୟାଚ୍‌କୁ କେବଳ ଧର୍ମଶାଳା ନୁହେଁ, ଦେଶର ଅନ୍ୟ ସ୍ଥାନରେ ବି ବିରୋଧ କରାଯିବ।

ସିମଲାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା ବେଳେ ଆପ୍‌ର ହିମାଚଳ ପ୍ରଦେଶ ଆବାହକ ରାଜନ୍ ସୁଶାନ୍ତ କହିଛନ୍ତି ଯେ ତାଙ୍କ ଦଳ ଭାରତର ପୂର୍ବତନ ସେନାଧିକାରୀ ସଂଘର ସଭାପତି  ମେଜର (ଅବସରପ୍ରାପ୍ତ) ବିଜୟ ସିଂ ମନକୋଟିଆଙ୍କ ଦାବିକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରୁଛି। ଏହି ମ୍ୟାଚ୍ ପଠାନକୋଟ୍, ପାମ୍ପୋର, କଶ୍ମୀର ଓ କାରଗିଲରେ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇବ। ଆପ୍‌ର ମତ ପୂରା ସ୍ପଷ୍ଟ। ଭାରତ କେବଳ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଥିବା ଦେଶଗୁଡ଼ିକ ସହିତ କ୍ରିକେଟ୍ ଖେଳୁ। ପାକିସ୍ତାନ ଏବେବି ଭାରତ ସହିତ ଛାୟା ଯୁଦ୍ଧ ଚଲାଇଛି। ତେଣୁ ପାକିସ୍ତାନ ସହିତ ଭାରତ କ୍ରିକେଟ୍ ଖେଳିବା ଉଚିତ୍ ନୁହେଁ।

ସୂଚନାଯୋଗ୍ୟ, ସେନାର ଅବସରପ୍ରାପ୍ତ ଯବାନ ଓ ଅଧିକାରୀମାନେ ଧର୍ମଶାଳାରେ ଭାରତ-ପାକ୍ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍‌କୁ ବିରୋଧ କରୁଛନ୍ତି। ଏହା ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ଆଘାତ ଦେବ ବୋଲି ସେମାନେ କହିଛନ୍ତି। ସେମାନଙ୍କର ଏହି ବିରୋଧ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଏହି ମ୍ୟାଚ୍ ପାଇଁ ସୁରକ୍ଷା ଯୋଗାଇ ହେବ ନାହିଁ ବୋଲି କହିଥିଲେ।

Related story