ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନିୟମିତ ଭାବେ ଡୋପ୍‌ ଟେଷ୍ଟ୍‌ କରିବ ଆଇସିସି

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନିୟମିତ ଭାବେ ଡୋପ୍‌ ଟେଷ୍ଟ୍‌ କରିବ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ଏହି ପ୍ରକ୍ରିୟା ନିରନ୍ତର ଭାବେ ଚାଲୁ ରହିବ। ଗୁରୁବାର ଏହା କହିଛନ୍ତି ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଏମ.ଭି ଶ୍ରୀଧର। ସେ କହିଛନ୍ତି, “ଆଇସିସିର ସମସ୍ତ ଟୁର୍ଣ୍ଣାମେଣ୍ଟ ଗୁଡିକରେ ନିରନ୍ତର ଭାବେ ଡୋପ ଟେଷ୍ଟ୍‌ କରାଯାଏ। ଏହା ଆଦୌ ଏକ ନୂଆ ବ୍ୟବସ୍ଥା ନୁହେଁ। ” ଟେନିସ ତାରକା ମାରିଆ ସାରାପୋଭା ଡୋପ୍‌ ଟେଷ୍ଟ୍‌ରେ ଫେଲ୍‌ ହେବା ପରେ […]

mv-sridhar

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 11:02 AM IST

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନିୟମିତ ଭାବେ ଡୋପ୍‌ ଟେଷ୍ଟ୍‌ କରିବ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ଏହି ପ୍ରକ୍ରିୟା ନିରନ୍ତର ଭାବେ ଚାଲୁ ରହିବ। ଗୁରୁବାର ଏହା କହିଛନ୍ତି ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଏମ.ଭି ଶ୍ରୀଧର।

ସେ କହିଛନ୍ତି, “ଆଇସିସିର ସମସ୍ତ ଟୁର୍ଣ୍ଣାମେଣ୍ଟ ଗୁଡିକରେ ନିରନ୍ତର ଭାବେ ଡୋପ ଟେଷ୍ଟ୍‌ କରାଯାଏ। ଏହା ଆଦୌ ଏକ ନୂଆ ବ୍ୟବସ୍ଥା ନୁହେଁ। ”

ଟେନିସ ତାରକା ମାରିଆ ସାରାପୋଭା ଡୋପ୍‌ ଟେଷ୍ଟ୍‌ରେ ଫେଲ୍‌ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଶ୍ରୀଧର କହିଛନ୍ତି ଯେ ସେଥିପାଇଁ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଡୋପ୍‌ ଟେଷ୍ଟ୍‌ କରାଯାଉ ନାହିଁ। ୨୦୧୧ରୁ ଆଇସିସି ଡୋପ୍‌ ଟେଷ୍ଟ କରାଯାଇଆସୁଅଛି। ଡୋପ୍‌ ଟେଷ୍ଟ୍‌ କରିବା ପାଇଁ ଆଇସିସିର ନିଜର ଏକ ଏଜେନ୍ସୀ ଅଛି। ଏହା ୱାଡା ସହ ଅନୁବନ୍ଧିତ ନୁହେଁ।

ସେ କହିଛନ୍ତି,“୨୦୧୨ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ନିୟମିତ ବ୍ୟବଧାନରେ ଡୋପ୍‌ ଟେଷ୍ଟ୍‌ କରାଯାଇଥିଲା।”

ରେକର୍ଡ ଅନୁଯାୟୀ ଆଇସିସି ପକ୍ଷରୁ ୨୦୧୧ ବିଶ୍ୱକପ୍‌, ୨୦୧୨ ଟି-ବିଶ୍ୱକପ୍‌ ଓ ୨୦୧୪ରେ ମଧ୍ୟ ଡୋପ୍‌ ଟେଷ୍ଟ୍‌ କରାଯାଇଛି। ଏହି ଡୋପ୍‌ ଟେଷ୍ଟ କ୍ରିକେଟରଙ୍କ ପ୍ରଶିକ୍ଷଣ ବେଳେ ମଧ୍ୟ କରାଯାଇଥାଏ।

Related story