ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲକୁ ଯିବେ: ସେହୱାଗ୍‌

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତରେ ଖେଳାଯିବ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ଆଉ ଏଥିରେ ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ୍‌ ସେମି ଫାଇନାଲ୍‌କୁ ଯିବେ ବୋଲି କହିଛନ୍ତି ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ସେ କହିଛନ୍ତି,“ଚାରୋଟି ଦଳ ସେମି ଫାଇନାଲକୁ ଯିବେ। ଆୟୋଜକ ଭାରତ ସମେତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ୍ ଇଣ୍ଡିଜ୍ ସେମିଫାଇନାଲକୁ ଯିବେ। କିନ୍ତୁ ଭାରତ ହିଁ ଏହି କପ୍ ଜିତିବ। ଭାରତ ମୋର […]

Indian-Cricketer-Virender-Sehwag-announced-Retirement-from-International-Cricket

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:08 PM IST

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତରେ ଖେଳାଯିବ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ଆଉ ଏଥିରେ ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ୍‌ ସେମି ଫାଇନାଲ୍‌କୁ ଯିବେ ବୋଲି କହିଛନ୍ତି ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ।

ସେ କହିଛନ୍ତି,“ଚାରୋଟି ଦଳ ସେମି ଫାଇନାଲକୁ ଯିବେ। ଆୟୋଜକ ଭାରତ ସମେତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ୍ ଇଣ୍ଡିଜ୍ ସେମିଫାଇନାଲକୁ ଯିବେ। କିନ୍ତୁ ଭାରତ ହିଁ ଏହି କପ୍ ଜିତିବ। ଭାରତ ମୋର ପ୍ରଥମ ପସନ୍ଦ। ଭାରତୀୟ ଦଳ ଏଥର ଏହି ବିଶ୍ୱକପ୍ ଜିତିବାର ସମ୍ଭାବନା ଅଧିକ ରହିଛି। ନ୍ୟୁଜିଲାଣ୍ଡ ବି ଭଲ ଖେଳୁଛି। ନ୍ୟୁଜିଲାଣ୍ଡ ଟିମ୍ ସେମିଫାଇନାଲ ରାଉଣ୍ଡକୁ ଉନ୍ନିତ ହେବାର ଆଶା ରହିଛି।”

୧୯ ତାରିଖରେ ଧର୍ମଶାଳାରେ ଭାରତ-ପାକ୍ ମଧ୍ୟରେ ମୁକାବିଲା ହେବାର ଅଛି। ଏଥିରେ ଭାରତ ବିଜୟୀ ହେବ ବୋଲି ସେ କହିଛନ୍ତି।

Related story