ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌: ଆଜି ଦିଲ୍ଲୀରେ ଭାରତ-ପାକ୍‌ ମୁକାବିଲା

ଦିଲ୍ଲୀ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ସପ୍ତମ ମ୍ୟାଚ୍‌ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଦିଲ୍ଲୀର ଫିରୋଜ ଶାହ କୋଟଲାରେ ଖେଳାଯିବ। ଏହି ମ୍ୟାଚ୍‌ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହେବ। ଭାରତ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୭୨ ରନ୍‌ରେ ପରାସ୍ତ କରିଥିବାରୁ ଦଳର ମନୋବଳ ଦୃଢ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ୍‌ଠାରୁ ୪ ରନରେ ପରାସ୍ତ ହୋଇଥିବାରୁ ଦଳ ଭାରତ ବିପକ୍ଷ ମ୍ୟାଚ୍‌ ଜିତିବା ଜରୁରୀ। ଭାରତ ପ୍ରଥମ ମ୍ୟାଚ୍‌ ଜିତିଥିବାରୁ […]

ind-vs-pak

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 03:17 AM IST

ଦିଲ୍ଲୀ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ସପ୍ତମ ମ୍ୟାଚ୍‌ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଦିଲ୍ଲୀର ଫିରୋଜ ଶାହ କୋଟଲାରେ ଖେଳାଯିବ। ଏହି ମ୍ୟାଚ୍‌ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହେବ। ଭାରତ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୭୨ ରନ୍‌ରେ ପରାସ୍ତ କରିଥିବାରୁ ଦଳର ମନୋବଳ ଦୃଢ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ୍‌ଠାରୁ ୪ ରନରେ ପରାସ୍ତ ହୋଇଥିବାରୁ ଦଳ ଭାରତ ବିପକ୍ଷ ମ୍ୟାଚ୍‌ ଜିତିବା ଜରୁରୀ।

ଭାରତ ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ୨ ପଏଣ୍ଟ ସହ ଗ୍ରୁପ-‘ବି’ର ଶୀର୍ଷରେ ରହିଥିବା ବେଳେ ପାକିସ୍ତାନ ଟିମ୍‌ କୌଣସି ପଏଣ୍ଟ ନ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଭାରତର ସମ୍ଭାବ୍ୟ ଦଳ: ମିଥାଲି ରାଜ୍‌(ଅଧିନାୟିକା), ଏକତା ବିଷ୍ଟ, ରାଜେଶ୍ୱରୀ ଗାଇକ୍‌ୱାଡ୍‌, ଝୁଲନ୍‌ ଗୋସ୍ୱାମୀ, ଟି.କାମିନୀ, ହରମନ୍‌ପ୍ରୀତ କୌର, ବେଦ କ୍ରୀଷ୍ଣାମୂର୍ତ୍ତି, ସ୍ମୃତି ମାନ୍ଧାନା, ଏନ୍‌.ନାଗାର୍ଜୁନ୍, ଶିଖା ପାଣ୍ଡେ, ଅନୁଜା ପାଟିଲ୍‌, ଦିପ୍ତୀ ଶର୍ମା, ଭି.ବନୀତା, ସୁଷମା ବର୍ମା ଓ ପୁନମ୍‌ ଯାଦବ୍‌।

ପାକିସ୍ତାନ ସାମ୍ଭାବ୍ୟ ଦଳ: ସାନା ମୀର(ଅଧିନାୟିକା), ବିସ୍‌ମାହ ମାରୁଫ୍‌, ନିଡା ଦର, ସିଦିଆ ୟୁସୁଫ୍‌, ନେନ୍‌ ଆବିଦି, ଶିଦ୍ରା ନୱାଜ୍‌, ଆଲିୟା ରିଆଜ୍‌, ଶିଦ୍ରା ଅମୀନ୍‌, ଇରମ୍‌ ଜାଭେଦ୍‌, ଏ.ଇକ୍‌ବାଲ୍, ନାହିଦା ଖାନ୍‌, ଏମ.ଅଲ୍ଲୀ, ଅନମ୍‌ ଅମୀନ୍‌, ଡାଇନା ବ୍ରେଗ୍ ଓ ଆୟେଶା ଜାଫର।

Related story