ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ନ୍ୟୁଜିଲାଣ୍ଡ-ବାଂଲାଦେଶ ଓ ଇଂଲଣ୍ଡ-ଶ୍ରୀଲଙ୍କା ଲଢ଼େଇ

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଗ୍ରୁପ-୧’ରେ ଇଂଲଣ୍ଡ-ଶ୍ରୀଲାଙ୍କା ଓ ଗ୍ରୁପ-୨’ରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ନ୍ୟୁଜିଲାଣ୍ଡକୁ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଅପରାହ୍ନ ୩ଟାରେ ଭେଟିବ ବାଂଲାଦେଶ। ନ୍ୟୁଜିଲାଣ୍ଡ ଗତ ୩ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇ ୬ ପଏଣ୍ଟରେ ରହିଥିବା ବେଳେ ୩ ଟିରୁ ୩ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଛି ବାଂଲାଦେଶ। ନ୍ୟୁଜିଲାଣ୍ଡ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍ ଖେଳିବା ସ୍ପଷ୍ଟ ହୋଇଯିବ। ସେହିପରି ଗ୍ରୁପ-୧’ରେ ଆଜି ଦିଲ୍ଲୀର ଫିରୋଜ […]

mathews

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 04:12 AM IST

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଗ୍ରୁପ-୧’ରେ ଇଂଲଣ୍ଡ-ଶ୍ରୀଲାଙ୍କା ଓ ଗ୍ରୁପ-୨’ରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ନ୍ୟୁଜିଲାଣ୍ଡକୁ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଅପରାହ୍ନ ୩ଟାରେ ଭେଟିବ ବାଂଲାଦେଶ। ନ୍ୟୁଜିଲାଣ୍ଡ ଗତ ୩ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇ ୬ ପଏଣ୍ଟରେ ରହିଥିବା ବେଳେ ୩ ଟିରୁ ୩ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଛି ବାଂଲାଦେଶ। ନ୍ୟୁଜିଲାଣ୍ଡ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍ ଖେଳିବା ସ୍ପଷ୍ଟ ହୋଇଯିବ।

ସେହିପରି ଗ୍ରୁପ-୧’ରେ ଆଜି ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲାରେ ସନ୍ଧ୍ୟା ୭ଟା୩୦ରେ ଇଂଲଣ୍ଡକୁ ଭେଟିବ ଶ୍ରୀଲଙ୍କା। ଇଂଲଣ୍ଡ ୩ଟି ମ୍ୟାଚ୍ ଖେଳି ୨ଟି ଜିତିଛି ଓ ଗୋଟିଏ ହାରିଛି। ଦଳ ୪ ପଏଣ୍ଟ ସହିତ ଗ୍ରୁପ୍-୧ର ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ୨ଟି ମ୍ୟାଚ୍ ଖେଳି ଗୋଟିଏରେ ଜିତିଛି ଓ ଗୋଟିଏରେ ହାରିଛି। ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛି।

Related story